କିରାନା ଗୋଦାମରୁ ଚୋରି, ୩ ଗିରଫ

Get real time updates directly on you device, subscribe now.

ଉମରକୋଟ,(ବି.ବି.ଆପ୍ର): ଏକ କିରାନା ଦୋକାନ ଗୋଦାମରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗରେ ଶନିବାର ଏଠାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୨ଜଣ ଚୋର ଓ ସାମଗ୍ରୀ ଏମାନଙ୍କଠାରୁ କିଣୁଥିବା ଜଣେ ଦୋକାନୀ ରହିଛନ୍ତି । ଅଭିଯୁକ୍ତ ହେଲେ ଅଞ୍ଚଳର ମନୋଜ ଶବର(୨୧), ଜିତେନ୍ଦ୍ର ମାଝି(୧୯) ଏବଂ ଦୋକାନୀ ଲକ୍ଷ୍ମଣ ଦଳେଇ(୨୪) । ଅନ୍ୟଜଣେ ଅଭିଯୁକ୍ତ ଶଙ୍କର ଦଳେଇ ଫେରାର୍ ରହିଛି ।
ପୁଲିସ ସୂଚନା ଅନୁସାରେ, ଉକ୍ତ କିରାନା ଦୋକାନ ଗୋଦାମରୁ ଦୁଇ ଲକ୍ଷ ଟଙ୍କାର ହରଡ଼ ଡାଲି, ବୁଟ ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଦୋକାନ ମାଲିକ ଶନିବାର ସକାଳେ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ । ତ୍ୱରିତ ପଦକ୍ଷେପ ନେଇ ପୁଲିଏ ଏକ ମାମଲା(୧୫୬/୨୦୨୨) ରୁଜୁକରି ତନାଘନା କରିଥିଲା । ସହରର ବିଭିନ୍ନ ଦୋକାନ ଉପରେ ନଜର ରଖାଯାଇଥିଲା । ଦୁଇ ଚୋର ମନୋଜ ଏବଂ ଜିତେନ୍ଦ୍ର ଚୋରି ସାମଗ୍ରୀକୁ ଅନ୍ୟ ବ୍ୟବସାୟୀ ଲକ୍ଷ୍ମଣକୁ ବିକିଥିବା ଜଣାପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons