କୂଅରେ ପଡ଼ିଲା ହାତୀ,ଉଦ୍ଧାର ପାଇଁ ନୟାନ୍ତ ବନବିଭାଗ

Get real time updates directly on you device, subscribe now.

ଗାଁକୁ ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ଖସି ପଡ଼ିଲା ହାତୀ। ବନ୍ୟପ୍ରାଣୀ ଜନବସତିକୁ ଆସୁନଥିବା ବେଳେ ଏବେ ଏହା ନିତିଦିନିଆ ଘଟଣା ପାଲଟିଯାଇଛି। ତେବେ ଏଥିପାଇଁ ଦାୟୀ କିଏ ? ସରକାରୀ ଆଣୁଥିବା ନିୟମ ଅଥବା ବନବିଭାଗ ଦ୍ଵାରା କାର୍ଯ୍ୟକାରୀ କରିବାରେ ବିଫଳତା। ଦାୟୀ କିଏ ?ଅନ୍ୟପଟେ ଦେଖିବାକୁ ଗଲେ ଦିନକୁଦିନ ଖଣିଖାଦାନ ସକ୍ରିୟ ହୋଇ ରାତିଦିନ ବଣପାହାଡ ଭିତରେ ପଥର ଉତ୍ତୋଳନ ପାଇଁ ବେନିୟମ ବ୍ଲାଷ୍ଟିଂ ସାଙ୍ଗକୁ ଗାଡିମଟର ଚଳାଚଳ ଅହେତୁକ ବୃଦ୍ଧି ବନ୍ୟପ୍ରାଣୀଙ୍କୁ ଅଥୟ କରୁଛି। ସେହିପରି ଖଣି ମାଫିଆଙ୍କ ପକ୍ଷରୁ ନୂଆ ନୂଆ ଖାଦାନ ସୃଷ୍ଟି କରିବା ପାଇଁ ଜଙ୍ଗଲ ଧ୍ୱଂସ କରାଯାଉଛି । ମାତ୍ର ରୋକିବା ଦିଗରେ ପ୍ରଶାସନ ଏବଂ ବନବିଭାଗ ଚୁପ। ଯୋଉଥିପାଇଁ ନିରୀହ ବନ୍ୟପ୍ରାଣୀ ଅନିଚ୍ଛା ସତ୍ତ୍ୱେ ବଦଳାଉଛନ୍ତି ତାଙ୍କର ରାସ୍ତା ଆଉ ମୃତ୍ୟୁମୁଖରେ ପଡୁଛନ୍ତି। ତୋ ପୁଣି ଜନବସତିରେ ପ୍ରବେଶ କରି ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି।ଏଭଳି ଘଟଣା ବଢ଼ିବାରେ ଲାଗିଥିଲେ ମଧ୍ୟ ନୀରବ ସରକାର। ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଧୋବଣିଷୋଳ ପଞ୍ଚାୟତ ଅଧିନ ଟେମ୍ବଟଲା ଗ୍ରାମରେ। ଗାଁକୁ ଆସିବା ବାଟରେ ୨୦ଫୁଟ ଗଭୀର କୂଅରେ ଖସି ପଡିଲା ହାତୀ। ଘଟଣା ସମ୍ପର୍କରେ ଗାଁ ଲୋକେ ଜାଣିପାରି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ତେବେ ଜେସିବି ସାହାଯ୍ୟରେ ଉଦ୍ଧାର କରିବା ସମ୍ଭବ ହୋଇଥିଲା। ତେବେ ଗ୍ରାମବାସୀଙ୍କ ତତ୍ପରତା ଯୋଗୁଁ ହାତୀର ଜୀବନ ବଞ୍ଚି ଯାଇଛି ବୋଲି ଆଲୋଚନା ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons