କେକ୍ କାଟିଲେ, ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । ସ୍ଥାନୀୟ ଗୋଦାମଗୁଡା ଓ ସ୍ୱିପର କଲୋନିରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ନଗର ବିଜେଡି ସଭାପତି ହର ମିଶ୍ର । ବିଜେଡି ନେତ୍ରୀ ଡ. ଇନ୍ଦିରା ନନ୍ଦ ଯୋଗଦେଇଥିଲେ । ଦୁଇ ସାହିର ବାସିନ୍ଦାଙ୍କ ଉପସ୍ଥିତିରେ କେକ୍ କଟାଯାଇଥିଲା । ସାହିବାସିନ୍ଦାଙ୍କ ସହ ଶିଶୁମାନଙ୍କୁ କେକ୍ ଖୁଆଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ ଦଳୀୟ କର୍ମୀ । ମୁଖ୍ୟମନ୍ତ୍ରୀ ଗରିବଙ୍କ ସାଥୀ ବୋଲି କହିଥିଲେ ଶ୍ରୀମତୀ ନନ୍ଦ । ବସ୍ତିବାସିନ୍ଦାଙ୍କ ଉଦେ୍ଧଶ୍ୟରେ ସେ କହିଥିଲେ ‘ତୁମ୍ଭମାନଙ୍କ ସମସ୍ୟା ହେଉଛି, ଆମର ସମସ୍ୟା । ଆଗାମୀ ଦିନରେ ଲୋକଙ୍କ ସମସ୍ୟା ଆଉ ରହିବ ନାହିଁ । ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏହା କିପରି ଲୋକଙ୍କ ପାଖରେ ପହଞ୍ଚିବ ଏଥିପାଇଁ ଉଦ୍ୟମ କରାଯାଉଛି ।’ ଏହି ଅବସରରେ ବସ୍ତିବାସିନ୍ଦାଙ୍କୁ ଶାଲ୍ ,ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ନଗର ଯୁବ ବିଜେଡି ସଭାପତି ତାପସ ପଣ୍ଡା, ରବି ଚୌଧୁରୀ, ରାଜା ପାଢି, ଟ୍ୱିଙ୍କିଲ ମିଶ୍ର, ଡି.ପ୍ରବୀଣ, ସୁବ୍ରତ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons