କୋଣାର୍କ ଏକ୍ସପ୍ରେସ୍‌ରେ ବୋମା!

Get real time updates directly on you device, subscribe now.

ଭୁବନେଶ୍ୱର: ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ଟ୍ରେନ୍‌ରେ ଯାଞ୍ଚ ଆରମ୍ଭ କରିଛି ବମ୍ ସ୍କ୍ୱାର୍ଡ  ।କୋଣାର୍କ ଏକ୍ସପ୍ରେସରେ ବମ୍‌ ଥିବା ଖବର ମିଳିବା ମାତ୍ରେ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଛି।  ଏପରିକି ଯାତ୍ରୀଙ୍କୁ ଟ୍ରେନ୍‌ଠୁ ନିରାପତ୍ତା ଦୂରତାକୁ ଚାଲିଯିବାକୁ କୁହାଯାଇଛି।  ଏହାପରେ ତୁରନ୍ତ ଟ୍ରେନରେ ତଲାସୀ ଆରମ୍ଭ କରିଛନ୍ତି ସ୍କ୍ୱାର୍ଡ ସଦସ୍ୟ।  ଏହି ଘଟଣାରେ ଯାତ୍ରୀମାନେ  ଭୟଭୀତ ହୋଇ ଯାଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ତେବେ  ବମ୍‌ ସତରେ ଟ୍ରେନ୍‌ରେ ଅଛି ନା ନାହିଁ, ତାହା କେଉଁଠୁ ଆସିଲା, କିଏ ଟ୍ରେନ ଭିତରେ ରଖିଛି ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons