କୋଣାର୍କ ଏrପ୍ରେସ ଟ୍ରାଜେଡି : କୋମାରେ ଜାମଳାଇର ଜିତେନ୍ଦ୍ର

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ): ଆଉ କିଛି ଦିନ ପରେ ବିବାହ ତିଥି ଧାର୍ଯ୍ୟ ହୋଇଥିଲା । ହସଖୁସୀରେ ପରିବାର ପୂରି ଉଠିଥାନ୍ତା । ଗାଁକୁ ଫେରୁଥିଲେ ଜିତେନ୍ଦ୍ର । ହେଲେ ବିଧିର ବିଧାନ ଅଲଗା । କୋମାରେ ପଡ଼ି ଜୀବନ ସହ ସଂଗ୍ରାମ କରୁଛନ୍ତି କୋଣାର୍କ ଏrପ୍ରେସ ଟ୍ରାଜେଡିର ଶିକାର ଯାତ୍ରୀ ଜିତେନ୍ଦ୍ର ନାଇକ(୨୭) । ଭଞ୍ଜନଗର ବ୍ଲକ୍ ତୁରୁମୁ ପଞ୍ଚାୟତ ଅନ୍ତର୍ଗତ ଜାମଳାଇ ଗ୍ରାମର ଜିତେନ୍ଦ୍ର । ରବିବାର କୋଏମ୍ବାଟୁର-ସିଲଚର୍ ଏrପ୍ରେସ୍ରେ ତାମିଲନାଡୁ ଇଲାକାରୁ କିଛି ଓଡ଼ିଆ ଶ୍ରମିକ ଭିଟାମାଟିକୁ ଫେରୁଥିଲେ । ଗତକାଲି ରାତି ୯ଟାରେ ଶ୍ରୀକାକୁଲମ୍ ନିକଟ ବୁଟୱା ଠାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଶ୍ରୀକାକୁଲମ୍ ଠାରୁ ମାତ୍ର ଏକ କିମି ଦୂରରୁ ଏମାନେ ଟ୍ରେନ୍ ଚେନ୍ ପୁଲ୍ କରିବା ସହ ରାତି ପାଖାପାଖି ୧୦ଟା ବେଳେ ଟ୍ରେନରୁ ଓଲ୍ଲାଇ ରେଳଧାରଣା ପାର ହେଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଭୁବନେଶ୍ୱରରୁ ଯାଉଥିବା କୋଣାର୍କ ଏrପ୍ରେସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଯାଇଛି । ଗୁରୁତର ଆହାତ ଜାମଳାଇ ଗ୍ରାମର ଜିତେନ୍ଦ୍ର ନାଇକଙ୍କୁ ଶ୍ରୀକାକୁଲମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଚେତାଶୂନ୍ୟ ହୋଇ କୋମାରେ ରହିଥିବା ଜଣାପଡିଛି ।
ଭଞ୍ଜନଗର ବ୍ଲକର ତୁରୁମୁ ପଞ୍ଚାୟତର ଜାମଳାଇ ଗ୍ରାମର ଜିତେନ୍ଦ୍ର ନାଇକ(୨୭) ଗତ ୪ମାସ ତଳେ କାମଧନ୍ଦା ଅନ୍ୱେଷଣରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କାମ କରିବାସହ ସେ ଘରକୁ ଦି’ପଇସା ପଠାଉଥିଲେ । ଜିତେନ୍ଦ୍ର ନାଇକ ଘରର ଏକମାତ୍ର ପୁଅ ଥିଲେ । ମଇ ୪ ତାରିଖରେ ତାଙ୍କର ବାହାଘର ଠିକ୍ ହୋଇଥିଲା । ତେଣୁ ଘରକୁ ଫେରି ଆସିବାକୁ ମାଆ ବସୁମତୀ ନାଇକ ଜିତେନ୍ଦ୍ରଙ୍କୁ ଫୋନ ଯୋଗେ କହିଥିଲେ । ବାହାଘର ଖବର ପାଇ ଜିତେନ୍ଦ୍ର ମଧ୍ୟ ତୁରନ୍ତ ଘରକୁ ଫେରିବାକୁ ମନସ୍ଥ କରିଥିଲେ । କୋଏମ୍ବାଟୁର -ସିଲଚର୍ ଏrପ୍ରେସ୍ରେ ସେ ଘରକୁ ଫେରୁଥିଲେ । ହେଲେ ଟ୍ରେନ୍ରେ ଯାତ୍ରା କରୁଥିବା ଅନ୍ୟକିଛି ଯାତ୍ରୀ ହଠାତ୍ ଶ୍ରୀକାକୁଲମ ନିକଟରେ ଟ୍ରେନ୍ ଚେନ୍ ପୁଲ କରିବା ସହ ଅନ୍ଧାରରେ ଓଲ୍ଲାଉଥିବା ଦେଖି ଜିତେନ୍ଦ୍ର ମଧ୍ୟ କିଛି ଜାଣିବା ପୂର୍ବରୁ ସେମାନଙ୍କ ସହ ଓଲ୍ଲାଇ ଥିଲେ । ବିପରୀତ ଦିଗରୁ ଆସୁଥିବା କୋଣାର୍କ ଏrପ୍ରେସ ଧକ୍କାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ରାତିରେ ଖବର ପହଞ୍ଚିବା ପରେ ଜିତେନ୍ଦ୍ରଙ୍କ ବାପା ଅଭିରାମ ନାଇକ ଶ୍ରୀକାକୁଲମ୍ ଅଭିମୁଖେ ବାହାରିଥିବା କହିଛନ୍ତି ତାଙ୍କ ପନôୀ ବସୁମତୀ ନାଇକ । ସେହିପରି ତୁରୁମୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ରନାଥ ପ୍ରଧାନ ମଧ୍ୟ ଏଭଳି ଟ୍ରେନ୍ ଦୁର୍ଘଟଣାରେ ଜିତେନ୍ଦ୍ର ଗୁରୁତର ଆହାତ ହେବା ଘଟଣାରେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାର ଜିତେନ୍ଦ୍ରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନିବେଦନ କରିଛନ୍ତି । ଓଡ଼ିଶା ମୋ ପରିବାର ପକ୍ଷରୁ ମଧ୍ୟ ସହାୟତାରେ ହାତ ବଢାଇବାକୁ ସେ ନିବେଦନ କରିଛନ୍ତି । ଚାଳଛପର ଘରେ ରହୁଥିବା ଏହି ଗରୀବ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କୁ ସହାୟତାର ହାତ ବଢ଼ାଇବାକୁ ରବୀନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons