କ୍ୟାମେରାମ୍ୟାନ୍ ମାନସଙ୍କ ହତ୍ୟା ଘଟଣା :ଲୁଚକାଳି ଶେଷ, ବନ୍ଧାହେଲେ ଶର୍ମିÂା

Get real time updates directly on you device, subscribe now.

ଚାନ୍ଦବାଲି,(ବି.ବି.ବୁ୍ୟରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ କ୍ରାଇମ୍ବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ଦୀର୍ଘ ଦିନର ଛକାପଞ୍ଝା ପରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଶର୍ମିÂା ରାଉତଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ଶର୍ମିÂାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ବି ବାନ୍ଧିଛି । ଶର୍ମିÂା ବସ୍ରେ କୋଲକାତାରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ ନଳାଙ୍ଗ ସାଇମନ୍ଦିର ନିକଟରେ ଭୋର ୫ଟା ୩୦ରେ ବସ୍କୁ ଅଟକାଇ ଥିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । ବସ୍ ଭିତରୁ ଶର୍ମିÂା ଓ ଝୁନାକୁ ଧରିଥିଲା । ସନ୍ଧ୍ୟାରେ ଉଭୟଙ୍କୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟ ଚାଲାଣ କରା ଯାଇଥିଲା । ହତ୍ୟା ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ କ୍ରାଇମ୍ବ୍ରାଞ୍ଚ ଶର୍ମିÂା, ଝୁନା, ମୋବାଇଲ ଫୋନ୍ ମରାମତି ଦୋକାନର ମାଲିକ ରଞ୍ଜନ ନାୟକ ଓରଫ ରାଜ୍ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିଦେ୍ର୍ଧଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କୁ ୧୦ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟ ୫ ଦିନ ମଞ୍ଜୁର କରିଛନ୍ତି । ୪ ଅଭିଯୁକ୍ତଙ୍କୁ ଏକ ଗୁପ୍ତ ସ୍ଥାନରେ ଜେରା କରାଯିବ ବୋଲି ପୁଲିସ୍ କହିଛି ।
ଗତ ଫେବ୍ରୁଆରୀ ୧୦ ତାରିଖରେ ମାନସ ସ୍ୱାଇଁ ହତ୍ୟା ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହେବା ପରଠାରୁ ମୁଖ୍ୟ ଅଭିଯୁକ୍ତ ଶର୍ମିÂା ରାଉତ ଫେରାର ଥିଲେ । ତାଙ୍କୁ ଠାବ କରିବା ଦିଗରେ ପୁଲିସ ବିଫଳ ହେବା ପରେ ମାମଲା ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ । ରାଜ୍ୟ ଭିତରେ ଓ ବାହାରେ କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ତାଙ୍କୁ ଖୋଜୁଥିଲେ । ଗତକାଲି ରାତିରେ କ୍ରାଇମବ୍ରାଞ୍ଚକୁ ଖବର ମିଳିଥିଲା । କୋଲକାତାରୁ ଏକ ବସ୍ରେ ଶର୍ମିÂା ଓଡ଼ିଶା ଫେରୁଛନ୍ତି । ସ୍ୱତନ୍ତ୍ର ଟିମ୍ ଭଦ୍ରକ ନିକଟରେ ଜଗି ରହିଥିଲେ ।
ଆଜି ଭୋର୍ ୫ଟା ୩୦ ରେ କୋଲକାତାରୁ ଆସୁଥିବା ବସକୁ ଅଟକାଇ ଭଦ୍ରକ ନିକଟ ନଳାଙ୍ଗରେ ଜାତୀୟ ରାଜପଥରେ ପୁଲିସ ଓ କ୍ରାଇମ୍ବ୍ରାଞ୍ଚ ଟିମ୍ ଅଟକାଇଥିଲେ । ବସ୍ର ୨୭ ଓ ୨୮ ନଂ ସିଟ୍ରେ ବସିଥିବା ଶର୍ମିÂା ଓ ଝୁନାଙ୍କୁ ଗିରଫ କରି ସିଧାସଳଖ ରିଜର୍ଭ ବାଟାଲିୟନକୁ ନେଇଥିଲେ । ସେଠାରେ ଭଦ୍ରକ ଏସପି ଓ ଅନ୍ୟ ବରିÂ ପୁଲିସ ଅଧିକାରୀ ପଚରାଉଚରା ପରେ ତିହିଡ଼ି ଥାନାକୁ ଅଣାଯାଇଥିଲା । ଥାନାରେ କର୍ମଚାରୀ ରହୁଥିବା କ୍ୱ୍ୱାର୍ଟର୍ସର ଉପର ମହଲାରେ ଚାନ୍ଦବାଲି ପୁଲିସ ଏସଡିପିଓ ଏବଂ କ୍ରାଇମ୍ବ୍ରାଞ୍ଚ ଡିଏସପିଙ୍କ ୫ ଜଣିଆ ଟିମ୍ ଦିନ ୧୧ରୁ ଅପରାହ୍ନ ସାଢେ ୩ଟା ଯାଏଁ ଜେରା କରୁଥିଲେ । ମଝିରେ ଅଧଘଣ୍ଟାଏ ଲଞ୍ଚ ଟାଇମ୍ ଥିଲା । ପାଖାପାଖି ୭୦ରୁ ଅଧିକ ପ୍ରଶ୍ନ କ୍ରାଇମ୍ବ୍ରାଞ୍ଚ୍ ଡିଏସପି ଓ ଇନ୍ସ୍ପେକ୍ଟରଙ୍କ ସମେତ ଚାନ୍ଦବାଲି ଏସଡିପିଓ ପଚାରି ଥିଲେ । ଅପହରଣ ଠାରୁ ହତ୍ୟା ଯାଏଁ, କେଉଁଠି କେଉଁଠି ଲୁଚିଥିଲେ, କେଉଁମାନେ ସଂପୃକ୍ତ ଆଦି ସବୁ ବିଷୟରେ ପୁଲିସ ଖୋଳତାଡ଼ କରିଛି । ୫ ଘଣ୍ଟାର ଜେରା ପରେ ଅଭିଯୁକ୍ତଦ୍ୱୟଙ୍କୁ ପୁଲିସ ନେଇ ଚାନ୍ଦବାଲି କୋର୍ଟରେ ହାଜର କରିଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଭଦ୍ରକ ଜେଲକୁ ପଠାଇ ଦିଆଯାଇଛି ।
ମାନସଙ୍କୁ ଅପହରଣ କରା ଯାଇଥିବା ନେଇ ଗତ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ଭଦ୍ରକର ଚାନ୍ଦବାଲି ଥାନାରେ ଏତଲା ଦିଆ ଯାଇଥିଲା । ଚାନ୍ଦବାଲି ଥାନା ପ୍ରଥମେ ଅପହରଣ (ଆଇପିସି ଦଫା ୩୬୩) ମାମଲା ରୁଜୁ କରିଥିଲା । ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେତେବେଳେ ଶର୍ମିÂା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶର୍ମିÂାଙ୍କ ଆଗୁଆ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ତେବେ ହାଇକୋର୍ଟ ତାଙ୍କ ରାୟରେ ନିଦେ୍ର୍ଧଶ ଦେଇଥିଲେ ଯେ ଏହି ରାୟ ପ୍ରକାଶ ପାଇବାର ୪ସପ୍ତାହ ମଧ୍ୟରେ ଆବେଦନକାରିଣୀ ଶର୍ମିÂା ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ସେଠାରେ ଜାମିନ୍ ପାଇଁ ଆବେଦନ କରିପାରିବେ । କୋର୍ଟଙ୍କ ରାୟ ପରେ ଶର୍ମିÂା ଆତ୍ମସମର୍ପଣ କରିବାକୁ ମନସ୍ଥ କରିଥିଲେ । ଏହି ଉଦେ୍ଧଶ୍ୟରେ ସେ ଭୁବନେଶ୍ୱର ଆସୁଥିବା ବେଳେ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ ଟିମ୍ ।
ଆଜି ତିହିଡ଼ି ଥାନାରୁ ଶର୍ମିÂା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ନେବା ପରେ ଚାନ୍ଦବାଲି ଥାନାରେ ୪୦ ମିନିଟ୍ କାଳ କବାଟ ବନ୍ଦ କରି ଉଭୟଙ୍କୁ ରଖିଥିଲେ । ପରେ ବ୍ୟାପକ ପୁଲିସ ସୁରକ୍ଷା ପ୍ରାଚୀର ସୃଷ୍ଟି କରି ୧୦୦ ମିଟର ଦୂରରେ ଥିବା ଚାନ୍ଦବାଲି କୋର୍ଟ ପରିସରକୁ ୨ଅଭିଯୁକ୍ତଙ୍କୁ ନିଆଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଚାନ୍ଦବାଲିବାସୀ ଥାନା ଓ କୋର୍ଟ ଆଗରେ ହୋ ହଲ୍ଲା ଓ ନାରାବାଜି କରୁଥିଲେ । କିଏ ଆମ ଚାନ୍ଦବାଲିରେ କଳଙ୍କ ଲେଖିଦେଲା ଶର୍ମିÂା ବୋଲି କହୁଥିବା ବେଳେ କିଏ ତାକୁ ଫାଶୀ ଦିଅ ବୋଲି ନାରା ଦେଉଥିଲେ । ପୁଣି କିଏ ମାନସଙ୍କୁ ନ୍ୟାୟ ପାଇଁ ଡାକରା ଦେଉଥିଲେ ।
ସୂଚନାଯୋଗ୍ୟ, ଶର୍ମିÂା ‘ସମ୍ପୂର୍ଣ୍ଣା’ ନାମକ ୟୁ୍ୟଟୁବ୍ ଚ୍ୟାନେଲ୍ ଖୋଲିଥିଲେ । ସେଠାରେ କ୍ୟାମେରାମ୍ୟାନ୍ ଭାବେ କାମ କରୁଥିଲେ ମାନସ । ମେମୋରି ଚିପ୍କୁ ନେଇ ବିବାଦ ହେବାରୁ ମାନସ ଚାକିରି ଛାଡ଼ି ପଳାଇଥିଲେ । ଏକ ବାହାଘର ସୁଟିଂ ପାଇଁ ଫେବ୍ରୁଆରୀ ୬ ତାରିଖରେ ମାନସ ଓ ତାଙ୍କ ସାଙ୍ଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁକୁ ଯାଇଥିଲେ । ୭ ତାରିଖରେ ୨ସାଙ୍ଗ ଭୁବନେଶ୍ୱର ଫେରୁଥିଲେ । ହେଲେ ବାଟରେ ଶର୍ମିÂା ଲୋକ ଲଗାଇ ବୋଲେରୋରେ ମାନସଙ୍କୁ ଅପହରଣ କରିନେଇଥିଲେ । ଭୁବନେଶ୍ୱର ଆଣି ସୁନ୍ଦରପଦା ଆଶ୍ରମରେ ମାଡ଼ ମାରୁଥିବା ବେଳେ ମାନସଙ୍କ ମୃତୁ୍ୟ ଘଟିଥିଲା । ଫେବ୍ରୁଆରୀ ୮ ତାରିଖ ରାତିରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ । ମାର୍ଚ୍ଚ ୧୦ ତାରିଖରେ ୩ ଅଭିଯୁକ୍ତ ଗିରଫ ହୋଇଥିଲେ । ତା’ପରେ ଶର୍ମିÂା ପ୍ରଥମେ ଆନ୍ଧ୍ରପ୍ରଦେଶ ଓ ପରେ କୋଲକାତା ଯାଇ ଲୁଚିଥିଲେ । ସାଙ୍ଗରେ ଝୁନାକୁ ମଧ୍ୟ ନେଇଥିଲେ । ୧୮ ଦିନ ହେବ ପୁଲିସ୍ ଓ କ୍ରାଇମ୍ବ୍ରାଞ୍ଚକୁ ଚକମା ଦେଇ ବୁଲୁଥିଲେ ।
ଶର୍ମିÂା ଧରାପଡିଛନ୍ତ ସତ । ଏବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ତାହା ଅଭିଯୁକ୍ତଙ୍କ ମୁହଁରୁ ଉଗାଳିବ ପୁଲିସ । ଏମାନେ କ୍ୟାମେରାମ୍ୟାନ୍ ମାନସଙ୍କୁ କେମିତି ହତ୍ୟା କରିଥିଲେ? ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ? ଯେଉଁ ରୁମରେ ମାନସଙ୍କୁ ମାଡ଼ ମରାଯାଇ ହତ୍ୟା କରାଯାଇଥିଲା? ସେଠାରେ କେଉଁମାନେ ଥିଲେ? କେଉଁ ରାସ୍ତା ଦେଇ ରଣପୁର ଜଙ୍ଗଲ ନେଇଥିଲେ? ଶର୍ମିÂାଙ୍କ ଫେରାର ପଛରେ କେଉଁମାନଙ୍କର ଲିଙ୍କ୍ ରହିଛି ? କେଉଁ ରାଜନେତାଙ୍କ ଛତ୍ରଛାୟା ତଳେ ଥିଲେ ଶର୍ମିÂା ? ମେମୋରୀ ଚିପ୍ରେ କ’ଣ ଅଛି? ପୁରୀରେ କ’ଣ ହୋଇଥିଲା ? ଏମିତି ଅନେକ ଅସମାହିତ ପ୍ରଶ୍ନ ରହିଛି । ରିମାଣ୍ଡ ସମୟରେ କ୍ରାଇମ୍ବ୍ରାଞ୍ଚ ସବୁ ତଥ୍ୟ ହାସଲ କରିବ ନାଁ ଉପରଠାଉରିଆ ତଦନ୍ତ କରି କ୍ରାଇମବ୍ରାଞ୍ଚ ଚୁପ୍ ବସି ପଡ଼ିବ । ତାହା ଦେଖିବାକୁ ବାକି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons