ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆରମ୍ଭରୁ ପାଟି ଖୋଲୁନଥିବା ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିଦେ୍ର୍ଧଶକ ନିରଞ୍ଜନ ସେଠୀ ଶେଷରେ ଅପରାଧ ସ୍ୱୀକାର କରିଛନ୍ତି । ରିମାଣ୍ଡ୍ ଅବଧିର ଶେଷ ପର୍ଯ୍ୟାୟରେ ଅକଳରେ ପଡ଼ି ସବୁ ସତ ଉଗାରିବାକୁ ବାଧ୍ୟ ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଆଜି ତାଙ୍କ ଠାରୁ ଅନେକ ନୂଆ ତଥ୍ୟ ପାଇଛି । କ୍ୟାମେରାମ୍ୟାନ୍ ମାନସଙ୍କୁ ସମ୍ପୂର୍ଣ୍ଣ ଅଫିସ୍ରେ ନିର୍ଯାତନା ଦେବା ସମୟରେ ଶର୍ମିÂାଙ୍କ ଭାଉଜ ଏବଂ ଆଉ ଜଣେ ବ୍ୟକ୍ତି ଉପସ୍ଥିତ ଥିବା ସେ କହିଛନ୍ତି । ଏହି ୨ଟି ନୂଆ ତଥ୍ୟ ବାଦ୍ ସେ ଆଉ କିଛି ପ୍ରମାଣ ମଧ୍ୟ ତଦନ୍ତକାରୀ ଅଫିସରଙ୍କୁ ଦେଇଛନ୍ତି । ଫଳରେ ଏବେ ଆଇନଗତ ପ୍ରକ୍ରିୟାରେ ଏହି ମାମଲାରେ ଶର୍ମିÂାଙ୍କ ଭାଉଜ ଏବଂ ଆଉ କେତେଜଣ ମଧ୍ୟ ଛନ୍ଦି ହେବାର ସମ୍ଭାବନା ରହିଛି । ଏଥିରେ ଶର୍ମିÂାଙ୍କୁ ସହଯୋଗ କରିଥିବା ହେତୁ ନିକଟରେ ତାଙ୍କ ଭାଇକୁ ଚାନ୍ଦବାଲି ପୁଲିସ୍ ଗିରଫ କରିଥିବା ବେଳେ ଏବେ ଭାଉଜ ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ନିରଞ୍ଜନ ଜେରା ସମୟରେ ମାନିିଛନ୍ତି, ଶର୍ମିÂାଙ୍କୁ ଖୁସି କରିବାକୁ ଯାଇ ସେ ବଡ଼ ଭୁଲ୍ କରିଛନ୍ତି । ‘ଚାକିରି କାଳର ଶେଷ ସମୟରେ ଏବଂ ପରିଣତ ବୟସରେ ଏମିତି ଦିନ ଆସିବ ବୋଲି କେବେ ଭାବିନଥିଲି ବୋଲି କହିଛନ୍ତି । ମାନସଙ୍କ ଅପହରଣଠୁ ହତ୍ୟା ଏବଂ ଶବକୁ ନେଇ ଅନ୍ୟତ୍ର ନଷ୍ଟ କରାଯିବା ଘଟଣାରେ ତାଙ୍କ ସମ୍ପୃକ୍ତି ଥିବା ସେ ମାନିଛନ୍ତି । କ୍ରାଇମବ୍ରାଞ୍ଚ ନିରଞ୍ଜନଙ୍କ ବିରୋଧରେ ବ୍ୟାପକ ତଥ୍ୟ ପ୍ରମାଣ ଯୋଗାଡ଼ କରି ତାଙ୍କ ଆଗରେ ଦେଖାଇବା ଫଳରେ ସତ ଲୁଚାଇବା କସରତ ତାଙ୍କର ଫେଲ୍ ମାରିଛି ।
ନିରଞ୍ଜନ ସବୁ କଥା ମାନିଯିବା ପରେ ତଦନ୍ତକାରୀ ଟିମ୍ କ୍ରାଇମ୍ ରିକ୍ରିଏସନ୍ କରାଇବା ଲାଗି ତାଙ୍କୁ ଭୁବନେଶ୍ୱରସ୍ଥିତ ଶର୍ମିÂାଙ୍କ ସମ୍ପୂର୍ଣ୍ଣ ୱେବ୍ ମିଡିଆ ଅଫିସ୍କୁ ଆଣିଥିଲେ । ନିରଞ୍ଜନ ଅଫିସ୍ କାମରୁ ଫୁରସତ ପାଇବା ମାତ୍ରେ ଶର୍ମିÂାଙ୍କୁ ଦେଖା କରିବାକୁ ଦୟାଲ ଆଶ୍ରମ କିମ୍ବା ସମ୍ପୂର୍ଣ୍ଣ ଅଫିସ୍କୁ ଆସୁଥିଲେ । ତେବେ ଫେବ୍ରୁଆରୀ ୭ ତାରିଖରେ ସମ୍ପୂର୍ଣ୍ଣ ଦପ୍ତରରେ ନିରଞ୍ଜନ ସନ୍ଧ୍ୟା ୭ଟାରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଶର୍ମିÂା, ଝୁନା ଭୋଇ ଓ ଝୁନାଙ୍କ ସ୍ୱାମୀ ରାଜ୍ ଓରଫ ରଞ୍ଜନ ଏବଂ ଆଉ ଜଣେ ବ୍ୟକ୍ତିଙ୍କ ସହ ଶର୍ମିÂାଙ୍କ ଭାଉଜ ଉପସ୍ଥିତ ଥିଲେ । ଉକ୍ତ ଅଫିସ୍ ଭିତରେ ମାନସଙ୍କୁ ନିରଞ୍ଜନ ମାଡ଼ ମାରିଥିଲେ ବୋଲି ସ୍ୱୀକାର କରିଛନ୍ତି । ଦୀର୍ଘ ୩ ଘଣ୍ଟା କାଳ ଅଫିସ୍ରେ ରହି ନିଜର ବାହାଦୁରୀ ଦେଖାଇ ସାରିବା ପରେ ରାତି ୧୦ଟାରେ ନିରଞ୍ଜନ ଶର୍ମିÂାଙ୍କ ଅଫିସ୍ ଛାଡ଼ିଥିଲେ । ମାନସଙ୍କୁ ପିଟାମରା କରିସାରିବା ପରେ ସେଠାରୁ ତାଙ୍କୁ ଦୟାଲ ଆଶ୍ରମକୁ ରାତାରାତି ନିଆଯାଇଥିଲା । ଆଶ୍ରମରେ ମାନସଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ଅର୍ଥାତ୍ ୮ ତାରିଖରେ ଶର୍ମିÂା ନିରଞ୍ଜନଙ୍କ ପ୍ରଶାନ୍ତି ବିହାରସ୍ଥିତ ଘରକୁ ଯାଇଥିଲେ । ଶର୍ମିÂା ଯାଜପୁର ଜିଲ୍ଲା କାଳିଆପାଣିସ୍ଥିତ ଶାଶୂ ଘରକୁ ଯିବା ପାଇଁ ନିରଞ୍ଜନ ଭଡ଼ା କାର ବନେ୍ଦାବସ୍ତ କରାଇବା ସହ ଖର୍ଚ୍ଚ ବାବଦକୁ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ ବୋଲି ତଦନ୍ତକାରୀ ଅଫିସରଙ୍କୁ କହିଛନ୍ତି । ସମ୍ପୂର୍ଣ୍ଣ ଅଫିସ୍ରୁ ଟିମ୍ ବାହାରି ମାନସ ରହୁଥିବା ସିଆରପି ଛକ ଭଡ଼ାଘରେ ପହଞ୍ଚିଥିଲା । ସେଠାରେ ମଧ୍ୟ ଛାନ୍ଭିନ୍ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା କ୍ରାଇମ୍ବ୍ରାଞ୍ଚ୍ ।
ମାନସଙ୍କ ହତ୍ୟା ପଛର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନା ନିରଞ୍ଜନ ଦେଇଥିବା ଜଣେ ତଦନ୍ତକାରୀ ଅଫିସର କହିଛନ୍ତି । ଉକ୍ତ ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଫିସର ଡିଏସ୍ପି କଳ୍ପନା ସାହୁ ଏବଂ ତାଙ୍କ ଟିମ୍ ସମ୍ପୂର୍ଣ୍ଣ ଅଫିସ୍ରେ ଛାନ୍ଭିନ୍ କରିବା ସମୟରେ ଶର୍ମିÂାଙ୍କ ମୋବାଇଲ୍ ସମେତ ନିରଞ୍ଜନଙ୍କର ଏକ ଗୋପନୀୟ ଡାଏରୀ ଏବଂ ଆହୁରି ଅନେକ କିଛି ପ୍ରମାଣ ପାଇଥିବା ସୂଚନା ମିଳିଛି । ସେହିପରି ଶର୍ମିÂାଙ୍କ ବିରୋଧରେ ଅନେକ ପ୍ରମାଣ ମଧ୍ୟ ଅଫିସ ଭିତରୁ କ୍ରାଇମବ୍ରାଞ୍ଚ ହସ୍ତଗତ କରିଛି । ଏସବୁ ପ୍ରକ୍ରିୟା ମଧ୍ୟରେ ଅଭିଯୁକ୍ତମାନଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିବାରୁ ଆସନ୍ତାକାଲି ଶର୍ମିÂା, ଝୁନା, ନିରଞ୍ଜନ ଏବଂ ରଞ୍ଜନଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଆହୁରି ଅନେକ ତଥ୍ୟ ନିରଞ୍ଜନଙ୍କ ପାଖରେ ରହିଥିବା ଅନୁଭବ କରି କ୍ରାଇମ୍ବ୍ରାଞ୍ଚ ଟିମ୍ ଶର୍ମିÂା ଓ ନିରଞ୍ଜନଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ଆଣିବ ବୋଲି ପ୍ରସ୍ତୁତ ହେଉଛି ।
Comments are closed, but trackbacks and pingbacks are open.