କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା:ଦୟାଲ୍ ଆଶ୍ରମ ସିଲ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ରବିବାର ଭୁବନେଶ୍ୱର ସୁନ୍ଦରପଦାର ଦୟାଲ ଆଶ୍ରମରେ ତଦନ୍ତ କରିଛି । ଫୋରେନସିକ୍ ଟିମ୍, କ୍ରାଇମ୍ବ୍ରାଞ୍ଚ ଏrପର୍ଟ ଟିମ୍ ସେଠାରେ ୩ ଘଣ୍ଟା ଧରି ଯାଞ୍ଚ କରିଛନ୍ତି । କ୍ରାଇମ୍ବ୍ରାଞ୍ଚ ଆଶ୍ରମକୁ ସିଲ୍ କରିଛି । ଆଗକୁ ନୟାଗଡ଼ ରଣପୁର ବଧିପାଟଣାରେ ତଦନ୍ତ କରାଯିବ ।
କ୍ରାଇମ୍ବ୍ରାଞ୍ଚର ଡିଏସ୍ପି ର୍ୟାଙ୍କ ଅଧିକାରୀଙ୍କ ସହ ୪ଜଣିଆ ଟିମ୍ ଦୟାଲ୍ ଆଶ୍ରମରେ ପହଞ୍ଚି ତନାଘନା କରିଥିଲା । କ୍ରାଇମ୍ବ୍ରାଞ୍ଚର ଫୋରେନ୍ସିକ ଟିମ୍ ସହ କମିଶନରେଟ୍ ପୁଲିସର ଫୋରେନ୍ସିକ ଟିମ୍ ତଦନ୍ତ କରିଥିଲା । ଆଶ୍ରମରୁ ଏକ କାଠ ଫାଳିଆ ଜବତ ହୋଇଛି । ଏଥିରେ ରକ୍ତ ଛିଟକା ଲାଗିଥିଲା । ମାନସଙ୍କୁ ହତ୍ୟା କରିବାରେ କାଠ ଫାଳିଆ ବ୍ୟବହୃତ ହୋଇଛି କି ନାହିଁ, ତାହା ଜାଣିବାକୁ ଫୋରେନସିକ୍ ଟେଷ୍ଟ କରାଯିବ । ସେହିପରି ଆଶ୍ରମରେ ଶର୍ମିିÂାଙ୍କ ରୁମ୍ରୁ ଏକ ଭ୍ୟାନିଟି ବ୍ୟାଗ୍ ଓ କମ୍ପୁ୍ୟଟରକୁ ଜବତ କରାଯାଇଛି । ରକ୍ତ ଛିଟ୍କା ଲାଗିଥିବା ଖଟ ସହ ଉକ୍ତ ରୁମ୍ର କବାଟରୁ ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରାଯାଇଥିଲା ।
ଥ୍ରୀ ଡି କ୍ୟାମେରା ଯୋଗେ ଆଶ୍ରମର ସବୁ ରୁମ୍ ଓ ରୁମ୍ ବାହାର ଗ୍ୟାରେଜର ଫଟୋଚିତ୍ର ନିଆଯାଇଥିଲା । ଭିଡିଓ ଉତ୍ତୋଳନ ବି ହୋଇଥିଲା । କ୍ରାଇମ୍ବ୍ରାଞ୍ଚ ଆଶ୍ରମର କେୟାର ଟେକରଙ୍କଠାରୁ ୨ ମାସର ତଥ୍ୟ ଆଦାୟ କରିଛି । ଆଶ୍ରମକୁ ପୂର୍ବରୁ କିଏ କିଏ ଆସୁଥିଲେ, ହତ୍ୟାକାଣ୍ଡ ଦିନ କିଏ ଉପସ୍ଥିତ ଥିଲେ? ସେନେଇ କେୟାରଟେକରଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା ।
କ୍ରାଇମ୍ବ୍ରାଞ୍ଚ ଖୁବଶୀଘ୍ର ୬ ଅଭିଯୁକ୍ତଙ୍କୁ ଜେରା କରିବ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଓ ସହଯୋଗୀ ରଞ୍ଜନ ନାୟକଙ୍କୁ ଫୋକସ୍ କରାଯାଇଛି । ମାନସଙ୍କୁ ଅପହରଣଠାରୁ ହତ୍ୟା ସହ ପ୍ରମାଣ ନଷ୍ଟ ଯାଏଁ ସବୁଥିରେ ନିରଞ୍ଜନଙ୍କ ଲିଙ୍କ୍ ଥିବା ପୁଲିସ କହିସାରିଛି । ସେ ଘରେ ରହି ଗେମ୍ ପ୍ଲାନ୍ କରୁଥିବା ତାଙ୍କ ସିଡିଆର ରିପୋର୍ଟରୁ ଜଣାପଡ଼ିଛି । ଚର୍ଚ୍ଚିତ ଚିପ୍ରେ କ’ଣ ରହିଛି? ସର୍ଟ ଫିଲ୍ମ ଓ ପୁରୀ ସି-ବିଚ ସୁଟିଂର ସତ କ’ଣ? ସେସବୁ ଗୁମର ଖୋଲିବାକୁ ନିରଞ୍ଜନଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରାଯାଇପାରେ । ଆଶ୍ରମର ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ ପାଇଁ ବଡ଼ ସାକ୍ଷୀ । ଦିଲ୍ଲୀପ ଖଟେଇ, ସ୍କାଏ ଟାୱାର ସିକୁ୍ୟରିଟି ଗାର୍ଡ ଓ ମାନସର ନାବାଳକ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିପାରେ ।
କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ନିଦେ୍ର୍ଧଶରେ ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଢ଼ାଯାଇଛି । ଗୋଟିଏ ଟିମ୍ ଶର୍ମିÂାକୁ ଧରିବାକୁ ରାଜ୍ୟ ବାହାରକୁ ଯାଇଛି । ଅନ୍ୟଟି ହତ୍ୟା ଲିଙ୍କରେ ଆସୁଥିବା ୩ ସ୍ଥାନ (ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଭୁବନେଶ୍ୱର, ନୟାଗଡ଼ ଜିଲ୍ଲାର ରଣପୁର)ରେ ଖୋଳତାଡ କରୁଛି । ଉଲ୍ଲେଖଯୋଗ୍ୟ ଯେ ଗତ ୨୪ ତାରିଖରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଭଦ୍ରକ ଏସ୍ପିଙ୍କ କାର୍ଯ୍ୟାଳୟରେ ମାମଲାର ସବିଶେଷ ରିପୋର୍ଟ ଆଣିଥିଲା । ଗତକାଲି ଚାନ୍ଦବାଲି ଥାନା ଓ ଅପହରଣ ସ୍ଥଳ ପଳାସପୁରକୁ ଯାଇ ମଧ୍ୟ ଛାନ୍ଭିନ୍ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons