କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା:ରିମାଣ୍ଡରେ ଗଲେ ଶର୍ମିÂା ଓ ଅନ୍ୟ ୩ ଅଭିଯୁକ୍ତ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିÂା ରାଉତ୍ ଓ ତାଙ୍କ ସହଯୋଗୀ ଝୁନୁ ଭୋଇଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ଗିରଫ କରି ଚାନ୍ଦବାଲି ଜେଏମଏଫସିଙ୍କ କୋର୍ଟରେ ହାଜର କରିଥିଲା । ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଭଦ୍ରକ ସବଜେଲକୁ ପଠାଇ ଦିଆଯାଇଥିଲା । ଏହି ଘଟଣାରେ ଗିରଫ ସମସ୍ତ ୭ଜଣଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା । କୋର୍ଟ ୧୦ ଦିନ ପରିବର୍ତ୍ତେ ୪ଜଣଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ସେମାନେ ହେଲେ ଶର୍ମିÂା, ଝୁନା, ପ୍ରାକ୍ତନ ସୂଚନା ଲୋକ ସମ୍ପର୍କ ନିଦେ୍ର୍ଧଶକ ନିରଂଜନ ସେଠୀ ଓ ରାଜ କମୁନିକେସନର ମାଲିକ ରଂଜନ ନାୟକ । ଆସନ୍ତା ୩ ତାରିଖ ଅପରାହ୍ନ ୩ଟାରେ ସେମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୁଲିସର ଦୁଇଟି ଟିମ୍ ଆଜି ସକାଳ ୯ଟାରେ ଭଦ୍ରକ ସବ୍ ଜେଲ ସମ୍ମୁଖରେ ପହଞ୍ଚିଥିଲା । ଶର୍ମିÂା ଓ ଝୁନା ଆଗପଛ ହୋଇ ଜେଲରୁ ବାହାରିଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଟମି କଟକ ନେଇଥିବା ଜଣାପଡ଼ିଛି । ସେମାନଙ୍କୁ ଆବଶ୍ୟକ ପଚରାଉଚରା ପରେ ଆସନ୍ତା ୩ ତାରିଖ କୋର୍ଟରେ ହାଜର କରାଯିବ ।
ସୂଚନାଯୋଗ୍ୟ ଗତକାଲି ସକାଳୁ ଭଦ୍ରକ ପୁଲିସ ସହାୟତାରେ କ୍ରାଇମବ୍ରାଞ୍ଚର ଏକ ଟିମ ଭଦ୍ରକ ନଳାଙ୍ଗ ନିକଟରୁ ଏକ ବସ ମଧ୍ୟରୁ ଫେରାର ଥିବା ଶର୍ମିÂା ଓ ଝୁନାଙ୍କୁ ଗିରଫ କରିଥିଲା । ସେମାନେ କୋଲକାତାରୁ ଉକ୍ତ ବସରେ ଭୁବନେଶ୍ୱର ଆସୁଥିବା ସୂଚନା ପାଇଥିଲା ପୁଲିସ । ନିର୍ଦ୍ଧିଷ୍ଟ ତଥ୍ୟ ଆଧାରରେ ସକାଳ ପ୍ରାୟ ୬ଟା ବେଳେ ନଳାଙ୍ଗ ନିକଟରେ ପୁଲିସ ଶର୍ମିÂା ଓ ଝୁନାଙ୍କୁ ଗିରଫ କରିଥିଲା । ପରେ ଉଭୟଙ୍କୁ ତିହିଡ଼ି ଥାନାରେ ପଚରାଉଚରା ପରେ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରିବାକୁ ନିଆଯାଇଥିଲା । କୋର୍ଟରେ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ତେବେ ଫେରାର ଥିବା ସମୟରେ ଉଭୟ କେଉଁଠାରେ ରହିଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ହୋଇ ନାହିଁ । ନଳାଙ୍ଗରେ ଉଭୟ କିଛିଦିନ ହେଲା ରହୁଥିଲେ ବୋଲି କେତେକ କହୁଥିବା ବେଳେ, ଆଗରପଡ଼ାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ସେମାନେ ଥିଲେ ବୋଲି ମଧ୍ୟ ଶୁଣିବାକୁ ମିଳିଛି । ଅନ୍ୟପକ୍ଷରେ ଉଭୟ ଭଦ୍ରକ କୋର୍ଟରେ ଆତ୍ମସମର୍ପଣ ପାଇଁ ଆସିବା ସମୟରେ ସେମାନଙ୍କୁ ପୁଲିସ ଗିରଫ କରିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons