ଖଡ଼ିବାହାଳି ଛକରେ ଦୋକାନୀକୁ ଗୁଳିମାଡ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ଆପ୍ର): ଖଡ଼ିବାହାଳି ଛକସ୍ଥିତ ଦେବାଶିଷ ଭେରାଇଟି ଷ୍ଟୋର୍ର ମାଲିକ ଜଗବନ୍ଧୁ ମହାପାତ୍ରଙ୍କୁ ଗୁଳିମାଡ଼ ହୋଇଛି । ସିଗାରେଟ୍ ଦେବାରେ ବିଳମ୍ବ କାରଣକୁ ନେଇ ମଙ୍ଗଳବାର ରାତି ପ୍ରାୟ ସାଢେ଼ ୯ଟାରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ଗୁରୁତର ଜଗବନ୍ଧୁ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ଅନୁସାରେ, ମଙ୍ଗଳବାର ରାତି ସାଢେ଼ ୯ଟାରେ ଦୁଇ ଜଣ ଯୁବକ ଖଡ଼ିବାହାଳି ଛକରେ ଦୋକାନ କରିଥିବା ଜଗବନ୍ଧୁଙ୍କୁ ସିଗାରେଟ୍ ମାଗିଥିଲେ । ଦୋକାନ ବାହାରେ ଝାଡ଼ୁ କରୁଥିବାରୁ ଝାଡୁ ସରିବା ପରେ ସିଗାରେଟ୍ ଦେବେ ବୋଲି କହିଥିଲେ ଜଗବନ୍ଧୁ । ଉକ୍ତ ଦୁଇ ଯୁବକ ଶୀଘ୍ର ସିଗାରେଟ୍ ଦେବାକୁ କହି ଗାଳି କରିଥିଲେ । ଜଗବନ୍ଧୁ ପ୍ରତିବାଦ କରିବାରୁ ସିପୁନ ପାତ୍ର ହଠାତ୍ ଗୁଳି ଚଳାଇଥିଲେ । ସିପୁନଙ୍କ ଘର ଘଷିପୁରା ଥାନା ବରିପାଳ ଗାଁରେ । ଗୁଳିଟି ଜଗବନ୍ଧୁଙ୍କ ବେକରେ ବାଜିଥିଲା । ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ଗୁରୁତର ଜଗବନ୍ଧୁଙ୍କୁ ତୁରନ୍ତ ହରିଚନ୍ଦନପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ସେଠାରେ ଆଶୁ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଗୁଳିମାଡ଼ କରିବା ପରେ ୨ ଯୁବକ ସେଠାରୁ ବ୍ରାହ୍ମଣୀପାଳ ଅଭିମୁଖେ ପଳାଇଥିଲେ ବୋଲି ଲୋକେ କହିଛନ୍ତି । ଖବରପାଇ ହରିଚନ୍ଦନପୁର ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି । ଘଟଣାସ୍ଥଳରୁ ଏକ ଗୁଳି ଜବତ କରିଛି । ଦୁର୍ବୃତ୍ତଙ୍କ ମଧ୍ୟରୁ ଗନ୍ ଲାଇସେନ୍ସ ଥିବା ହରିଚନ୍ଦନପୁର ଥାନା କମଳାଙ୍ଗି ଗାଁର ପୃଥୀରାଜ ମହାନ୍ତ ଓରଫ୍ ଲିପୁନ ଆଜି ହରିଚନ୍ଦନପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୃଥୀରାଜ କହିଛନ୍ତି, ସିପୁନ ସହ ଦେକାନୀର ପୂର୍ବରୁ ଶତ୍ରୁତା ଥିଲା । ଅପ୍ରୀତିକର ଘଟଣା ଆଶଙ୍କାରେ ଖଡ଼ିବାହାଳି ଛକରେ ପୁଲିସ ମୃତୟନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons