ଖୋଲୁଛି ନକଲି ଡାକ୍ତରଙ୍କ କଳା କାରନାମା ପେଡ଼ି:ଧରାପଡିÿଲା ସହଯୋଗୀ ମୋଟା ପପୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନକଲି ଡାକ୍ତର ରମେଶ ସ୍ୱାଇଁ ଧରାପଡ଼ିବା ଘଟଣାରେ ଗିରଫଦାରି ବଢ଼ିବାରେ ଲାଗିଛି । ରମେଶଙ୍କ ଡ୍ରାଇଭର ପରେ ଆଉ ଜଣେ ସହଯୋଗୀ ଗିରଫ ହୋଇଛନ୍ତି । ସେ ହେଲେ ବିଶ୍ୱ ରଞ୍ଜନ ଦାସ ଓରଫ୍ ମୋଟା ପପୁ ଓରଫ୍ ପାପୁନ (୨୮) । ଘର ଭଦ୍ରକ ତିହିଡିର ନନ୍ଦପୁରରେ । ମୋଟା ପପୁ ୩ ବର୍ଷ ଧରି କଟକ ପୁରୀଘାଟ ତଳ ତେଲେଙ୍ଗା ବଜାରରେ ରହୁଥିଲେ । ପୁଲିସ ତାଙ୍କଠୁ କିଛି ଲେଟର ପ୍ୟାଡ୍ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।
ପୁଲିସ କହିଛି, ମୋଟା ପପୁ କଟକରେ ଥିବା ପାଥୋ ଲାବ୍ରେ ସୁପର ଭାଇଜର ଥିଲେ । ନାନା ବେଆଇନ୍ କାମରେ ମୋଟା ପପୁ ଧୂର୍ତ୍ତ ଥିବାରୁ ଖୁବ୍ ଶୀଘ୍ର ରମେଶଙ୍କ ନିକଟତର ହୋଇଗଲେ । ରମେଶଙ୍କ ପ୍ରାୟ ସବୁ କେଳେଙ୍କାରୀରେ ତାଙ୍କ ସମ୍ପୃକ୍ତି ରହୁଥିଲା । ସେ ବିବାହ ପ୍ରସ୍ତାବ ବେଳେ କନ୍ୟାଘର ଲୋକଙ୍କ ସାମ୍ନାରେ ନକଲି ଡାକ୍ତରଙ୍କ ଚରିତ୍ରକୁ ଅତିରଞ୍ଜିତ କରି ପରିବେଷଣ କରୁଥିଲେ ।
ପୁଲିସ ରମେଶଙ୍କ ମୋବାଇଲ୍ ଓ ଲାପ୍ଟପକୁ ଯାଞ୍ଚ କରିବା ବେଳେ ମୋଟା ପପୁ ଲିଙ୍କ୍ ସାମ୍ନାକୁ ଆସିଥିଲା । ଦୀର୍ଘ ୪ ବର୍ଷ ଧରି ରମେଶ-ମୋଟା ପପୁ ଭିତରେ ଅନେକ ଚାଟିଂ ହୋଇଥିଲା । ଇ-ମେଲ୍, ହ୍ୱାଟସ୍ଆପ୍ରେ ଢେ଼ର୍ ନକଲି କାଗଜପତ୍ର ଦିଆନିଆ ହୋଇଥିଲା । ଏଥିରୁ ମୋଟାପପୁ ପୁଲିସ ସ୍କାନରକୁ ଆସିଲେ । ଅଧିକ ତଦନ୍ତ କରିବାରୁ ପୁଲିସ ଜାଣିବାକୁ ପାଇଲା, ରମେଶଙ୍କ ପାଇଁ ମୋଟା ପପୁ ଏମ୍ବିବିଏସ୍ ପାଠ୍ୟକ୍ରମ ସହ ବିଦେଶରେ ଉଚ୍ଚଶିକ୍ଷା ପାଠ୍ୟକ୍ରମର ସାର୍ଟିଫିକେଟ୍ ବନାଇ ଦେଉଥିଲେ । ଏମିତିକି ରମେଶଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ବଡ଼ ବ୍ୟବସାୟର ମାଲିକ ସଜାଇ ଦେଉଥଲେ । ରମେଶ ନକଲି ପରିଚୟପତ୍ର ପାଇଁ ନିଜ ମେଲ୍ ଆଇଡି ଓ ପାସ୍ୱାର୍ଡକୁ ମୋଟା ପପୁଙ୍କୁ ଦେଇଥିଲେ ।
ମୋଟା ପପୁ ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ନାଁରେ ପୂର୍ବରୁ ମହିଳା ଥାନାରେ ୩ଟି ମାମଲା ରହିଛି । ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଆଗକୁ ମୋଟାପପୁଙ୍କୁ ଜେରା ପାଇଁ ରିମାଣ୍ଡରେ ଅଣାଯାଇପାରେ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons