ଗଛକୁ ପିଟିଲା ବାଇକ୍, ୨ ଗୁରୁତର

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଛକରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍ । ଦୁଇ ବାଇକ ଆରୋହୀ ସମେତ ଦୁଇ ଛେଳି ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ନାଇକାଣୀପଲ୍ଲୀ ଗ୍ରାମର କାଳିଆ ଖୁଣ୍ଟିଆ ଓ ବାବୁଲା ଖୁଣ୍ଟିଆ । ମିଳିଥିବା ସୂଚନା ଅନୁଯାୟୀ, କାଳିଆ ଓ ବାବୁଲା ଏକ ବାଇକ ଯୋଗେ ରମ୍ଭାରୁ ଦୁଇଟି ଛେଳି ଧରି ଆଜି ଅପରାହ୍ନରେ ଗାଁକୁ ଫେରୁଥିଲେ । ମୁକୁନ୍ଦପୁର ଛକ ଠାରେ ଭାରସାମ୍ୟ ହରାଇ ବାଇକ୍ ଏକ ଗଛରେ ପିଟି ହୋଇଥିଲା । ଫଳରେ ବାଇକ ଆରୋହୀ କାଳିଆ ଓ ବାବୁଲାଙ୍କ ସମେତ ଦୁଇ ଛେଳି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons