ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନୁ୍ୟଜ): ଚିତ୍ରକୋଣ୍ଡାରୁ ମାଲକାନଗିରି ଚାଲାଣ ବେଳେ ମଙ୍ଗଳବାର ଓର୍କେଲ ଅବକାରୀ ବିଭାଗ ୧୪୫ କେଜି ଗଞ୍ଜେଇ ଜବତ କରିଛି । ମାମଲାରେ ଜଣେ ଗିରଫ ହୋଇଛି । ଅଭିଯୁକ୍ତ ହେଲା ଧବଳୁ ପାଙ୍ଗି(୬୪) । ଧବଳୁକୁ କୋର୍ଟ ଚାଲାଣ କରାଯାଇଛି ।
ଅପରାହ୍ଣ ପ୍ରାୟ ୫ ଟାରେ ଓର୍କେଲ ଅବକାରୀ ବିଭାଗର ଭ୍ରାମ୍ୟମାଣ ନିରୀକ୍ଷଣ ଦଳର ଯାଞ୍ଚ ଚାଲିଥିଲା । ଏହି ସମୟରେ ଚିତ୍ରକୋଣ୍ଡା ପଟରୁ ଆସୁଥିବା ଏକ ଗାଡି ଉପରେ ସନେ୍ଦହ ହୋଇଥିଲା । ଗାଡିକୁ ଅଟକାଇ କର୍ମକର୍ତ୍ତା ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଗାଡିରୁ ୪ ବସ୍ତା ଗଞ୍ଜେଇ ମିଳିଥିଲା । ଯାହାର ପରିମାଣ ୧୪୫ କେଜି ଜଣାପଡିଥିଲା । ଏନଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ଏଥିରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons