ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ): ଦାରିଙ୍ଗବାଡ଼ି ଥାନା ପୁଲିସ ବୋଲେରୋ ଗାଡ଼ି ସମେତ ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ଗ୍ରାମର ଟୁନୁ ନାୟକ(୨୭) । ପୁଲିସର ସୂଚନା ପ୍ରକାରେ, ବୁଧବାର ସକାଳ ୫ଟା ୩୦ରେ ଟୁନୁ ନାୟକ ବୋଲେରୋରେ ଗଞ୍ଜେଇ ଧରି ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା କୋଦଳାକୁ ଚୋର ଚୋଲାଣ କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ଦାରିଙ୍ଗବାଡ଼ି ସ୍ଥିତ ଆମ୍ବଖାଲିଆ ଘାଟିରେ ଜଗି ରହିଥିଲା । ଅତର୍କିତ ଚଢ଼ଉ କରି ଗଞ୍ଜେଇ ଚାଲାଣ ହେଉଥିବା ବୋଲେରୋ ଜବତ କରିବା ସହ ଚାଲାଣ ହେଉଥିବା ୧୪୨ କିଲୋ ୩ ଶହ ଗ୍ରାମ ଗଞ୍ଜେଇ ଜବତ କରି ଟୁନାକୁ ଗିରଫ କରିଥିଲା । ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏସଆଇ ଜିତେନ୍ଦ୍ର ବେହେରା ସମେତ ପୁଲିସ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ । ଏନେଇ ଥାନା କେସ୍ ୬୬/୨୨ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons