ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ପାପଡାହାଣଡି,(ଗଗନ ଗନ୍ତାୟତଙ୍କଠାରୁ): ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପୁଲିସ ମଙ୍ଗଳବାର ୭ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ମାମଲାରେ କୋରାପୁଟ ଜିଲ୍ଲା ବାମୁଣି ଗାଁର ଶେଖ୍ ଆକବର(୪୪) ଓ ମହମ୍ମଦ ରଫି(୪୨) ଗିରଫ ହୋଇଛନ୍ତି । ସକାଳ ୧୦ ଟାରେ ପୁଲିସ ଫାଣ୍ଡି ସାମ୍ନାରେ ଗାଡ଼ିମୋଟର ଯାଞ୍ଚ କରୁଥିଲା । ଦୁଇ ଅଭିଯୁକ୍ତ ଏକ ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିଲେ । ସନେ୍ଦହ ହେବାରୁ ପୁଲିସ ଗାଡି ଯାଞ୍ଚ କରିଥିଲା । ଯାଞ୍ଚବେଳେ ଗଞ୍ଜେଇ ମିଳିଥିଲା । ପୁଲିସ ଗାଡିସହ ଗଞ୍ଜେଇକୁ ଜବତ କରିବା ସହ ଦୁହିଁଙ୍କୁ ଗିରଫ କରିଥିଲା । ଗୋଟିଏ ବ୍ୟାଗ୍ରେ ଗଞ୍ଜେଇ ଥିଲା । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିିିତିରେ ଏହାକୁ ଓଜନ କରାଯାଇଥିଲା । ଜବତ ବେଳେ ପାପଡ଼ାହାଣ୍ଡି ଆଇଆଇସି ଶୁଭେନ୍ଦୁ କୁମାର ଶବର, ଫାଣ୍ଡି ଅଧିକାରୀ ଅନାମ ଦିଆନ, ପ୍ରବୀଣ ପାଞ୍ଜିଆ, ନରେଶ ବିଶୋୟୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons