ଗାଈକୁ ବଞ୍ଚାଇ ବ୍ରେକ୍‌ ମାରିଲେ ଚାଳକ, ଓଲଟି ପଡ଼ିଲା ବସ୍‌

Get real time updates directly on you device, subscribe now.

ଭଦ୍ରକ : ଗାଈକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ବସ୍‌ରେ ୨୫ ରୁ ଅଧିକ ଯାତ୍ରୀ ଥିବା ବେଳେ ୬ ଜଣ ଗୁରୁତର ସୂଚନା ମିଳିଛି । ସୂଚନା ଅନୁଯାୟୀ ଭଦ୍ରକ – ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ବସ ଦୁର୍ଘଟଣା ଘଟିଛି । ଓଁ ମା ନାମକ ବସଟି ଧାମନଗରରୁ ଭୁବନେଶ୍ୱର ଯିବା ବେଳେ  ପାଳିକିରି ଛକ ନିକଟ ରେ ଏକ ଗାଈକୁ ଧକ୍କା ଦେଇଥିଲା ।  ଧକ୍କା ଦେବା ପରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି । ବସରେ ୨୫ ରୁ ଅଧିକ ଯାତ୍ରୀ ଥିବା ବେଳେ ୬ ଜଣ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ବସ ଧକ୍କାରେ ଗାଈ ଟି ର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons