ଗାୟତ୍ରୀଙ୍କୁ ନବୀନଙ୍କ ଶୁଭେଛା

Get real time updates directly on you device, subscribe now.

ଭୁବନେଶ୍ୱର: ସୁପ୍ରସିଦ୍ଧ ଓଡ଼ିଆ ଲେଖିକା ଡ଼. ଗାୟତ୍ରୀବାଳା ପଣ୍ଡାଅଙ୍କ ଓଡ଼ିଆ ଭାଷାରେ କବିତା ସଂକଳନ ‘ ଦୟାନଦୀ ‘ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୨୨ ପାଇବାକୁ ମନୋନୀତ ହୋଇଛନ୍ତି l ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଛା ଜଣାଇଛନ୍ତି l ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିବା ନେଇ ଆଗାମୀ ଦିନ ପାଇଁ ସଫଳତା କାମନା କରିଥଲେ l ଆଜି ଡ଼. ଗାୟତ୍ରୀବାଳା ପଣ୍ଡା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କବିତା ସଂକଳନ ‘ଦୟାନଦୀ’ ପ୍ରଦାନ କରିଛନ୍ତି lଓଡ଼ିଆରେ ୧୨ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ୨ଟି ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ କରି ସେ ଓଡ଼ିଆ ସାହିତ୍ୟ ଜଗତକୁ କରିଛନ୍ତି ସମୃଦ୍ଧ । ଉଭୟ ହିନ୍ଦୀ ଓ ଇଂରାଜୀରେ ବି ପ୍ରକାଶିତ ହୋଇଛି ତାଙ୍କର ଅନେକ କବିତା ଓ ଗଳ୍ପ ସଂକଳନ । ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ବିନୀ କବିତା ସମ୍ମାନ, ଫକିର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗାୟତ୍ରୀବାଳା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons