ଗୁଲାବ କ୍ଷୟକ୍ଷତି: ୬୧୭ ଘର ନଷ୍ଟ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ବାତ୍ୟା ଗୁଲାବ ପ୍ରଭାବରେ ଜିଲ୍ଲାରେ ୧୫ ହେକ୍ଟର ଫସଲ ନଷ୍ଟ ହୋଇଛି । ଏଥିସହ ୬୧୭ ଘର ଭାଙ୍ଗିଛି । କ୍ଷୟକ୍ଷତି ରିପୋର୍ଟ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୋମବାର ପ୍ରଦାନ କରାଯାଇଛି । ବାତ୍ୟା ପ୍ରଭାବରେ ବିଭିନ୍ନ ବ୍ଲକରେ ଘରଭାଙ୍ଗିବା ସହିତ ଉଦ୍ୟାନ କୃଷି ଏବଂ ପନିପରିବା ଚାଷ ନଷ୍ଟ ହୋଇଥିଲା । ବିଶେଷକରି ପଟ୍ଟାଙ୍ଗି ବ୍ଲକରେ ପାହାଡ଼ ଧସିବା, ପ୍ରବଳ ବର୍ଷା ହେବାରୁ ବହୁ ଘର ଭାଙ୍ଗିଯାଇଥିଲା ।
ବିଭାଗୀୟ ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ୧୫ ହେକ୍ଟରରେ ଫସଲ ନଷ୍ଟ ହୋଇଛି । ସେଥିମଧ୍ୟରେ ୫ହେକ୍ଟର ଜମିରେ ବାଲିଚର ହୋଇଛି । ଅଧିକ ପ୍ରଭାବିତ ହୋଇଛି ପଟ୍ଟାଙ୍ଗି ବ୍ଲକ । ଏହାର ୧୪ଟି ପଞ୍ଚାୟତରେ ସର୍ବାଧିକ ୩ଲକ୍ଷ ୬୭ ହଜାର ୮୮୦ ଟଙ୍କାର ଉଦ୍ୟାନକୃଷି ନଷ୍ଟ ହୋଇଛି । ସେହିପରି ସେମିଳିଗୁଡ଼ା ବ୍ଲକରେ ୪ଟି ପଞ୍ଚାୟତରେ ୧ଲକ୍ଷ ୩୭ ହଜାର ୩୪୦ ଟଙ୍କାର ଫସଲ ନଷ୍ଟ ହୋଇଛି । ଲକ୍ଷ୍ମୀପୁର ବ୍ଲକର ୩ଟି ପଞ୍ଚାୟତରେ ୬ହଜାର ୮୦୦ ଟଙ୍କା କୃଷି ନଷ୍ଟ ହୋଇଛି । ଜିଲ୍ଲାରେ ଭାଙ୍ଗିଥିବା ୬୧୭ ଘର ମଧ୍ୟରୁ କଚ୍ଚା-୬୦୫, ଗୁହାଳ-୧୦ଟି ଭାଙ୍ଗିଛି । ବ୍ଲକରେ ସର୍ବାଧିକ ୨୫୧ଟି କଚ୍ଚା ଘର ଭାଙ୍ଗିଛି । ସେହିପରି କୁନ୍ଦୁରା ବ୍ଲକରେ ୨, ବୋରିଗୁମ୍ମାରେ ୫, ଜୟପୁର ୭, ଦଶମନ୍ତପୁର ୪, ଲକ୍ଷ୍ମୀପୁର ୫୨, ସେମିଳିଗୁଡ଼ା ୪୫, ନନ୍ଦପୁର ୪୯, କୋଟପାଡ ୧୦, ବୈପାରିଗୁଡ଼ା ୯, ଲମତାପୁଟ ୫, କୋରାପୁଟ ୨୨, ନାରାୟଣପାଟଣା ୨୩ ଏବଂ ବନ୍ଧୁଗାଁ ବ୍ଲକରେ ୧୩୩ଟି ଘର ଭାଙ୍ଗିଥିବା ରିପୋର୍ଟ ପ୍ରଦାନ କରାଯାଇଛି । ସୂଚନା ଥାଉକି ବାତ୍ୟା ଗୁଲାବରେ ସୁଙ୍କି ଘାଟିରେ ପାହାଡ଼ ଧସିଯିବାରୁ ଜାତୀୟ ରାଜପଥ-୨୬ରେ ୨ଦିନ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons