ଗୁଳି ବିନିମୟ ପରେ ପହଞ୍ଚିଲେ ଡିଜିପି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ତୁଳସୀ ପାହାଡରେ ମାଓ ଅପରେସନ ବେଳେ ମଙ୍ଗଳବାର ପୁଲିସ୍ ଗୁଳିରେ ନିହତ ହାଇଥିବା ୩ କ୍ୟାଡର୍ ମାଓବାଦୀଙ୍କ ପରିଚୟ ମିଳିଛି । ଗୁଳି ବିନିମୟ ସମୟରେ ଦୁର୍ଦ୍ଧାନ୍ତ ମାଓନେତ୍ରୀ ଅରୁଣା ଓ ସୁନୀଲ ଖସିଯାଇଛନ୍ତି । ମୃତକମାନେ ହେଲେ ଆନ୍ଧ୍ର-ଓଡିଶା ବର୍ଡର ଗୁମ୍ମା ମାଓବାଦୀ ଦଳମ ସମ୍ପାଦକ ଅନିଲ ଓରଫ କିଶୋର ଓରଫ ମୁକା ସୋଡି, ଏରିଆ କମିଟି ମେମ୍ବର ସାନି ଓ ଚିନା ରାଓ । ମୁକାଙ୍କ ମୁଣ୍ଡରେ ୫ଲକ୍ଷ, ସାନିଙ୍କ ମୁଣ୍ଡରେ ୪ ଲକ୍ଷ ଓ ଚିନାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଆଜି ଜିଲ୍ଲାଗସ୍ତରେ ଆସି ପୁଲିସ ମହାନିଦେ୍ର୍ଧଶକ ଅଭୟ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସର୍ଚ୍ଚ ଅପରେସନରେ ଜବତ ହୋଇଥିବା ୨ଟି କାରବାଇନ୍ ବନ୍ଧୁକ, ଔଷଧ, ମାଓ ପୋଷାକ, ପୁସ୍ତିକା ସହ ବିପୁଳ ବିସ୍ଫୋରକ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ।
ଆଜି ଡିଜିପି ଅଭୟ, ଗୁଇନ୍ଦା ନିଦେ୍ର୍ଧଶକ ଲଳିତ ଦାସ, ବରିÂ ଅଧିକାରୀ ଅମିତାଭ ଠାକୁର, ଅନିରୁଦ୍ଧ ସିଂ, ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ପ୍ରମୁଖ ହେଲିକପ୍ଟରରେ ଆସି ଜିଲ୍ଲାରେ ପହଞ୍ଚିଥିଲେ । ଏସ୍ପି ପ୍ରହଲ୍ଲାଦସାଇ ମୀନାଙ୍କ ସମେତ ଅନ୍ୟ ଅଧିକାରୀମାନେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ମାଓ ସମୀକ୍ଷା କରିଥିଲେ । ପରେ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ କହିଥିଲେ, ତୁଳସୀପାହାଡ଼ରେ ମାଓକ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଏସ୍ପିଙ୍କ ନେତୃତ୍ୱରେ ଏସଓଜି, ଡିଭିଏଫ ଯବାନମାନେ ସେଠାକୁ କମ୍ବିଂ ଅପରେସନରେ ଯାଇଥିଲ । ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଯବାନମାନେ ଦେଇଥିଲେ । ଗୁଳି ବିନିମୟରେ ଜଣେ ମହିଳା ନେତ୍ରୀଙ୍କ ସମେତ ୩ଜଣ ମାଓବାଦୀଙ୍କର ମୃତୁ୍ୟ ଘଟିଥିଲା । ସର୍ଚ୍ଚ ଅପରେସନରେ ଉପରୋକ୍ତ ୩ଜଣଙ୍କ ମୃତଦେହ ମିଳିଥିଲା । ମୃତକମାନେ ହେଲେ ଏଓବି କ୍ୟାର୍ଡର ତଥା ଗୁମ୍ମା ଦଲମର ସମ୍ପାଦକ ଅନୀଲ ଓରଫ କିଶୋର ଓରଫ୍ ମୁକା ସାଡି । ତାର ଘର କାଲିମେଳା ଥାନା ସୁଦାକୋଣ୍ଡା ଗାଁରେ । ମହିଳା କ୍ୟାଡର ମାଓବାଦୀ ସାନିଙ୍କ ଘର ଛତିଶଗଡ଼ରେ । ସେହିପରି ଚିନାଙ୍କ ଘର ପେଦାବାଇଲୁ ଗାଁରେ । ନିହତ ମାଓବାଦୀମାନେ ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହତ୍ୟା, ଲୁଟ, ବିସ୍ଫୋରଣ ଆଦି ମାଓ ହିଂସାରେ ସାମିଲ ଥିଲେ । ତୁଳସୀ ପାହାଡ଼ରେ ଓଡିଶା ଛତିଶଗଡ଼ କ୍ୟାଡରଙ୍କ ଗୁପ୍ତବୈଠକ ଚାଲିଥିଲା । କୌଣସି ଏକ ହିଂସାକାଣ୍ଡ ପାଇଁ ସେମାନେ ଯୋଜନା କରୁଥିଲେ । ଗୁଳି ବିନିମୟ ସମୟରେ ଦୁର୍ଦ୍ଧାନ୍ତ ମାଓନେତ୍ରୀ ଅରୁଣା, ସୁନୀଲ ସହ ଅନ୍ୟ ମାଓବାଦୀମାନେ ଖସି ପଳାଇଥିଲେ । ଯବାନମାନେ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଛନ୍ତି । ସର୍ଚ୍ଚ ପରେ ଜଙ୍ଗଲରୁ ୨ଟି ବନ୍ଧୁକ, ଗୁଳି, ବିସ୍ଫୋରକ ଦ୍ରବ୍ୟ, କିଟବ୍ୟାଗ, ଔଷଧ, ବୋମା, ପୋଷକ ସହ ଭିଭିନ୍ନ ସମଗ୍ରୀ ଜବତ କରାଯାଇଛି । ଏବେ ବି ସେହି ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଛି । ଗତକିଛିବର୍ଷ ହେଲା ଜିଲ୍ଲାରେ ମାଓବାଦୀଙ୍କ ସମସ୍ୟା କମିଛି । ସ୍ୱାଭିମାନ ଅଞ୍ଚାଳ ସହ ଅନ୍ୟନ୍ୟ ସ୍ଥାନରେ ରାସ୍ତା ସହ ଅନ୍ୟ ବିକାଶମୂଳକ କାର୍ଯ୍ୟ ଜାରିରହିଛି । ମାଓବାଦୀମାନେ ହିଂସା ଛାଡି ମୁଖ୍ୟସ୍ରାତରେ ସାମିଲ ହେବା ସହ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ଯୋଗଦାନ ଦେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷେ ବ୍ୟବଚ୍ଛେଦ ପରେ ଶବନେବା ପାଇଁ ସେମାନଙ୍କ ପରିବାରଙ୍କୁ ସୂଚନା ଦିଆଯାଇଥିବା ପୁଲିସ କହିଛି । କେହି ଯଦି ଶବ ନେବାକୁ ନଆସନ୍ତି, ୭୨ ଘଣ୍ଟା ପରେ ସରକାରୀ ନିୟମ ପ୍ରକାରେ ସକ୍ରାର କରାଯିବ ବୋଲି ଡିଆଇଜି ଶ୍ରୀ ପଣ୍ଡିତ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons