ଗୋଟିଏ ଗଛରେ ଝୁଲିିଲେ ୩ ବାନ୍ଧବୀ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ): ଗୋଟିଏ ଗଛରେ ଝୁଲି ପଡ଼ିଛନ୍ତି ୩ ବାନ୍ଧବୀ । ବେକରେ ଓଢ଼ଣୀ ଲଗାଇ ପ୍ରାଣ ହରାଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ର ତୋହରା ଗାଁରେ । ମୃତାମାନେ ହେଲେ ହେମଲତା ଗୌଡ଼(୨୧), କୌଶଲ୍ୟା ମାଝୀ(୧୬) ଓ ଫୁଲମତି ମାଝୀ(୧୫) । ମୃତୁ୍ୟର କାରଣ ସ୍ପଷ୍ଟ ହୋଇନି । ପରବାର ଓ ପଡୋଶୀମାନେ ଗଛମୂଳେ ଜଗି ରହିଛନ୍ତି । ତେବେ କେଉଁ କାରଣ ପାଇଁ ୩ଟି ପରିବାରର ଏହି ୩ଜଣ ସାଙ୍ଗ ଏଭଳି କଠୋର ନିଷ୍ପତ୍ତି ନେଲେ, ସେ ସମ୍ପର୍କରେ କେହି କିଛି କହିପାରୁନାହାନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ତୋହରା ଗାଁର ହେମଲତା, କୌଶଲ୍ୟା ଓ ଫୁଲମତି ପରସ୍ପରର ବାନ୍ଧବୀ । କେଇ ବର୍ଷ ତଳେ ହେମଲତା ବିବାହ କରିଥିଲେ । ତାଙ୍କୁ କୁଆଡେ଼ ସ୍ୱାମୀ ଛାଡ଼ି ଦେଇଥିଲେ । ବାପଘରକୁ ଚାଲି ଆସିଥିଲେ ହେମଲତା । ପ୍ରତିଦିନ ସନ୍ଧ୍ୟାରେ ୩ ସାଙ୍ଗ ମିଶି ଗାଁରେ ବୁଲାବୁଲି କରୁଥିଲେ । ଆଜି ଅପରାହ୍ଣ ୫ଟାରେ ବି ୩ଜଣଙ୍କୁ ଗାଁ ଲୋକେ ଏକାଠି ବୁଲୁଥିବା ଦେଖିବାକୁ ପାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ଗାଁଠାରୁ ଅଧା କିଲୋମିଟର ଦୂରରେ ଥିବା ଏକ କୁସୁମ ଗଛରେ ସେମାନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଗାଁ ଲୋକେ ପୁଲିସ୍କୁ ଖବର ଦେଇଥିଲେ । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଗଛ ପାଖକୁ ଧାଇଁଥିଲେ ଗାଁ ଲୋକେ । ମୃତାମାନଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ସେତେଟା ଖରାପ ନୁହେଁ । ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons