ଗୋ- ସୁରକ୍ଷା କର୍ମୀଙ୍କ ଉପରକୁ ଆଖି ବୁଜା ଫାୟାରିଂ, ୧୧ ଜଣଙ୍କୁ ବାନ୍ଧିଲା ପୁଲିସ୍‌

Get real time updates directly on you device, subscribe now.

କରଞ୍ଜିଆ: ଗୋରୁ ବୋଝେଇ ଗାଡ଼ିକୁ ଏସକର୍ଟ କରି ନେଉଥିଲେ ଗୋ-ଚାଲାଣକାରୀ। ବାଟରେ କିଛି ଗୋ-ସୁରକ୍ଷା କର୍ମୀ ଗାଡ଼ି ଅଟକାଇବାରୁ ସେମାନଙ୍କ ଉପରକୁ ହେଲା ଆଖିବୁଜା ଗୁଳି ଚାଳନା । ଏଥିରେ ୨ ଗୋ-ସୁରକ୍ଷା କର୍ମୀ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଆଜି ସକାଳେ ଘଟିଛି। ଏହି ଘଟଣାରେ ପୁଲିସ୍‌ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ୭ଟି ଟ୍ରକ୍‌ରେ କୋଲକାତା ଅଭିମୁଖେ ଗୋ ଚାଲାଣ କରୁଥିଲେ। ଏହି ଟ୍ରକଗୁଡ଼ିକୁ ଏସକର୍ଟ କରି ଆଗରେ ପଛରେ ୪ଟି ବୋଲେରୋ ଓ ସ୍ପର୍ପିଓରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗୋ-ଚାଲାଣକାରୀ ଯାଉଥିଲେ। ଖବର ପାଇ ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ଗୋ-ଚାଲାଣ ହେଉଥିବା ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଗାଡ଼ି ଅଟକିବା ଦେଖି ଏସକର୍ଟ କରି ନେଉଥିବା ଗୋ-ଚାଲାଣକାରୀ ସେମାନଙ୍କ ନିକଟକୁ ଆସିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିଗୋଳ ହୋଇଥିଲା। ଏହାପରେ ଅତର୍କିତ ଭାବେ ସେମାନେ ଗୋ- ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଦୀପକ ଏବଂ ଗୁଡୁ ନାମକ ଦୁଇ ଗୋ-ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଦେହରେ ୪ ରାଉଣ୍ଡ ଓ ଜଣଙ୍କ ଦେହରେ ୬ ରାଉଣ୍ଡ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ମୟୁରଭଞ୍ଜ ପୁଲିସ୍‌ ଅତି ଗୁରୁତର ସହିତ ନେଇ ଦୁର୍ବୁତ୍ତଙ୍କୁ ପିଛା କରି ବାଦାମପାହାଡ଼ ଥାନା ଅନ୍ତର୍ଗତ ସୁଲେଇପାଟ ଅଞ୍ଚଳରୁ ୧୧ ଜଣଙ୍କୁ ଗିରଫ କରିଛି। ସେମାନେ ଯାଉଥିବା ଦୁଇଟି ସ୍କର୍ପିଓ ଓ ଗୋଟିଏ ବୋଲେରୋ ସମେତ ସହ ବହୁ ମାରଣାସ୍ତ୍ର ଜବତ ହୋଇଥିବା କରଂଜିଆ ଉପଖଣ୍ଡ ପୁଲିସ୍‌ ଅଧିକାରୀ ସୁଦର୍ଶନ ଗାଙ୍ଗଇ ସୂଚନା ଦେଇଛନ୍ତି । ଏହାବାଦ ଖସି ଯାଇଥିବା ଆଉ ଏକ ଗାଡ଼ିକୁ ଧରିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରୁଛି ପୁଲିସ୍‌ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons