ଗ୍ରାମାଞ୍ଚଳରେ ବୃହତ ନିଯୁକ୍ତି ଆଣିବ ଦୁଗ୍ଧଚାଷ: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ଭାରତର ଡାଏରୀ କ୍ଷେତ୍ରରେ ଏବେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଘଟିଛି । ଦୁଗ୍ଧ ଉତ୍ପାଦନ ଗ୍ରାମାଞ୍ଚଳରେ ବୃହତ ସଂଖ୍ୟକ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି । ଏଥିସହ ଚାଷୀଙ୍କ ପାଇଁ ଅତିରିକ୍ତ ଆୟ କରିବାର ମାଧ୍ୟମ ସାଜିବ ବୋଲି ସ୍ଥାନୀୟ କୋସଲ କଳାମଣ୍ଡଳରେ ଆୟୋଜିତ ଦ୍ୱିଦିବସୀୟ ଗୋପାଳନ ସମ୍ମିଳନୀର ଉଦଘାଟନୀ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ, ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଞ୍ଚଳିକ ଦୁଗ୍ଧ ସମିତି ଏବଂ ଓମଫେଡ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି, ଡାଏରୀ କ୍ଷେତ୍ରରେ ଏବେ ନୂତନ ଜ୍ଞାନକୌଶଳ, ଉତ୍ପାଦ ଏବଂ ଧାରା ଦେଖବାକୁ ମିଳିଛି । ଯାହା ଯୁବଉଦ୍ୟୋଗୀ ଏବଂ ଷ୍ଟାର୍ଟଅପଗୁଡିକୁ  ଏଥିପ୍ରତି ଆକର୍ଷିତ କରୁଛି । ଉପଯୁକ୍ତ ନୀତିଗତ ପଦକ୍ଷେପ ଦ୍ୱାରା ରାଜ୍ୟ ସରକାର ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି । ରାଜ୍ୟରେ ପ୍ରଥମଥର ବଲାଙ୍ଗିରରେ ଏଭଳି ସମ୍ମିଳନୀ ଆୟୋଜିତ ହେବା ଏକ ଖୁସିର ବିଷୟ । ଗୋପାଳନ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକ, ଗବେଷଣା ପ୍ରତିÂାନ, ଦୁଗ୍ଧଚାଷୀ ଏବଂ ଷ୍ଟାର୍ଟଅପ ଗୁଡିକ ଲାଗି ଏହି ସମ୍ମିଳନୀ ଏକ ପ୍ଲାଟଫର୍ମ ହୋଇପାରିବା ସହ ଉଭୟ ଜିଲ୍ଲା ଏବଂ ରାଜ୍ୟ ପାଇଁ ନୂତନ ସମ୍ଭାବନା ଆଣିବ ବୋଲି ସେ କହିଛନ୍ତି ।
ଡବ୍ଲୁଓଡିସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଉଭୟ ଦୁଗ୍ଧ ଚାଷ ଓ ଚାଷୀଙ୍କୁ ଅଧିକ ଗୁରୁତ୍ୱ ମିଳିବା ଆବଶ୍ୟକ । ପଶ୍ଚିମ ଓଡ଼ିଶା ବିଶେଷକରି ବଲାଙ୍ଗିରରେ କ୍ଷୀର ଉତ୍ପାଦନ ଯେତିକି ହେଉଛି, ସାରା ଓଡ଼ିଶାରେ ମଧ୍ୟ କେଉଁଠି ହେଇନଥିବ । ଏଥିପାଇଁ ବଲାଙ୍ଗିର-କଳାହାଣ୍ଡି-ନୂଆପଡ଼ା ଆଞ୍ଚଳିକ ଦୁଗ୍ଧ ସମିତିର ଭୂମିକା ଅତୁଳନୀୟ ରହିଛି । ୨୦୧୯-୨୦ରେ ଏଠାରେ ୩୬ହଜାର ଲିଟର କ୍ଷୀର ଉତ୍ପାଦନ ହେଉଥିବା ବେଳେ ୨୦୨୨-୨୩ରେ ଏହା ୭୩ ହଜାରକୁ ବୃଦ୍ଧି ପାଇଛି । ତେଣୁ ପଶ୍ଚିମଓଡିଶାରୁ ହିଁ ଶ୍ୱେତବିପ୍ଳବ ପୁନଶ୍ଚ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବଲାଙ୍ଗିରରେ ୨୫୩ଟି ଏମପିସିଏସ୍ ରହିଛି । ଆଗାମୀ ଦିନରେ ଏହା ୫ଶହ ଏମପିସିଏସକୁ ବଢିବା ସେନେଇ କାମ କରିବାକୁ ସେ ଉପସ୍ଥିତ ଦୁଗ୍ଧଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ କହିଲେ, ପୂର୍ବେ ଝିଅଟିଏ ବିବାହ ହେଉଥିଲେ ବାପଘର ଲୋକେ ଏକ ଗାଈ ତାଙ୍କୁ ଦେଇ ବିଦା କରୁଥିଲେ । ଆଜି ତାର ପ୍ରତିଫଳନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମହିଳାମାନେ ଖୁବ ଆଗକୁ ବଢ଼ିଲେଣି ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ସମ୍ମିଳନୀ ଚାଷୀଙ୍କ ପାଇଁ ପ୍ରେରଣାଦାୟୀ ରହିବ । ଦୁଗ୍ଧ ଉତ୍ପାଦନ ଚାଷୀଙ୍କୁ ଏକ ସ୍ଥାୟୀ ରୋଜଗାର ଯୋଗାଇବା ସହ ରୋଜଗାରକୁ ଦ୍ୱିଗୁଣିତ କରିବାରେ ସହାୟକ ହୋଇପାରିବ । ଜିଲ୍ଲାରେ ଦାଦନ ରୋକିବାରେ ପ୍ରଶାସନ ସକ୍ଷମ ହେବ ବୋଲି କହିଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲା ଦେଶର ପ୍ରଥମ ଜିଲ୍ଲା ଭାବେ ପରିଗଣିତ ହେବାର ଲକ୍ଷ୍ୟ ରଖିଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିକେଏନ ଦୁଗ୍ଧ ସମିତିର ମହାପ୍ରବନ୍ଧକ ଡ. ସରୋଜ କୁମାର ସାହୁ, ବିକେଏନ ଦଗ୍ଧ ସମିତିର ଅଧ୍ୟକ୍ଷ ସୀମା ପଟେଲ, ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମଫେଡ)ର ପରିଚାଳନା ନିଦେ୍ର୍ଧଶକ ଆଶିଷ ସିହ୍ନା, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ଡ. ସୁରେଶ ଦଲାଇ ଓ ଡବ୍ଲୁଓଡିସି ସିଇଓ ଅଜିତ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons