ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ:ମିଳିଲାଣି ୧.୩୬ କୋଟି ନଗଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ କଳାସାମ୍ରାଜ୍ୟ ଉପରେ ଭିଜିଲାନ୍ସର ମାରାଥନ ଚଢ଼ାଉ ଆଜି ୪ ଦିନରେ ପହଞ୍ଚିଛି । ତଥାପି କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ସରୁନାହିଁ । ଆଜି କଟକ ତ୍ରିଶୁଳିଆସ୍ଥିତ ଆପାର୍ଟମେଣ୍ଟରେ ଚଢ଼ାଉ ପରେ ଭିଜିଲାନ୍ସ ତାଙ୍କ ସମ୍ପତ୍ତିର ହିସାବ ଦେଇଛି ।
ଭିଜିଲାନ୍ସ ରିପୋର୍ଟ ମୁତାବକ, କୁବେର ଯନ୍ତ୍ରୀ ଆଶିଷ ତାଙ୍କ ଘରୁ ୧.୩୬ କୋଟି ନଗଦ ଟଙ୍କା ମିଳିଲାଣି । ଯାହାକି ସର୍ବକାଳୀନ ରେକର୍ଡ । ପୂର୍ବରୁ କୌଣସି ସରକାରୀ ବାବୁଙ୍କ ଘରୁ ଏତେ ପରିମାଣରେ ନଗଦ ଟଙ୍କା ମିଳି ନଥିବା ଭିଜିଲାନ୍ସ ସୂଚାଇଛି । ଏହାବାଦ୍ ୧ କେଜି ୨୦୦ ଗ୍ରାମ ଓଜନର ସୁନା ଗହଣା ସହ ସୁନା କଏନ ଓ ବିସ୍କୁଟ୍ ଲୁଚାଇଥିଲେ । ପ୍ରାୟ ୧୨ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୪ କୋଟି ଟଙ୍କା ରଖିଥିଲେ । ତଥାପି ଆହୁରି କିଛି ବ୍ୟାଙ୍କ ଆକାଉଣ୍ଟର ଅର୍ଥ ସହ ୨ଟି ବ୍ୟାଙ୍କ ଲକରରେ ରଖିଥିବା ସୁନା ଗହଣାର ହିସାବ ଚାଲିଛି ।
ଭାନୁମତି ପେଡ଼ି ଭଳି ଆଶିଷଙ୍କ ଘରୁ କୋଟି କୋଟି ଟଙ୍କା, ସୁନା କଏନ ବିସ୍କୁଟ ସହ ଅନେକ କୋଠାବାଡି ଜମି ଦଲିଲ୍ ଓ କାଗଜପତ୍ର ମିଳିବାରେ ଲାଗିଛି । ଆଜି ଚଢ଼ାଉର ଚତୁର୍ଥ ଦିନରେ ଭିଜିଲାନ୍ସ ଟିମ୍ ତ୍ରିଶୁଳିଆସ୍ଥିତ ବେଲଗଛିଆ ଶାନ୍ତିବନ ଆପାର୍ଟମେଣ୍ଟରେ ଖାନତଲାସ କରିଥିଲା । ୩୩ ଲକ୍ଷ ଟଙ୍କା ଦାମରେ ଆଶିଷଙ୍କ ପତ୍ନୀଙ୍କ ନାଁରେ ଫ୍ଲାଟ୍ଟି କିଣା ଯାଇଥିଲା । କୋରାପୁଟ ଡିଭିଜନ୍ ଓ କଟକ ଡିଭିଜନ୍ ମିଳିତ ୮ଜଣିଆ ଟିମ୍ ସକାଳ ସାଢେ ୧୦ଟାରୁ ଆପାର୍ଟମେଣ୍ଟର ଡି-୨୦୩ ଫ୍ଲାଟ୍ରେ ଯାଞ୍ଚ ଆରମ୍ଭ କଲେ ।
ସେଠାରୁ ନଗଦ ୧ କୋଟି ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି । ପୂର୍ବରୁ ମାଲକାନଗିରିସ୍ଥିତ ସରକାରୀ କ୍ୱାର୍ଟର୍ସରୁ ମିଳିଥିବା ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କାକୁ ମିଶାଇଲେ, ଜବତ ଟଙ୍କା ୧ କୋଟି ୩୬ ଲକ୍ଷ ୭୫ ହଜାରକୁ ଛୁଇଁଛି । ଭିଜିଲାନ୍ସ ଟିମ ଜବତ ଟଙ୍କାକୁ ମେସିନରେ ଗଣି ଗଣି ନାକେଦମ ହୋଇ ସାରିଲାଣି । ଉକ୍ତ ଫ୍ଲାଟ୍ରୁ ମୋଟ ୬୩୨ ଗ୍ରାମ ସୁନା ବିସ୍କୁଟ, ସୁନା କଏନ୍ ଜବତ କରାଯାଇଛି । ଜବତ ସୁନାର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ଅନୁମାନ କରୁଛି । ପୂର୍ବରୁ ମାଲକାନଗିରି ସ୍ଥିତ ଘରୁ ୬୦୨ ଗ୍ରାମ ସୁନା ଜବତ କରା ଯାଇଥିଲା ।
ଆଶିଷ ବ୍ୟାଙ୍କ ଆକାଉଣ୍ଟରେ ସଞ୍ଚିଥିବା ଟଙ୍କାର ହିସାବ ସରିନି । ଭିଜିଲାନ୍ସ କହିଛି, ପରିବାର ଲୋକ ଓ ସଂପର୍କୀୟଙ୍କ ନାଁରେ ମୋଟ ୧୨ଟି ଆକାଉଣ୍ଟ ଥିବା ଜଣାପଡିଛି । ଖୋଦ୍ ଆଶିଷ ଏସବୁ ଆକାଉଣ୍ଟର ହିସାବ ରଖୁଥିଲେ । ଏସବୁ ଆକାଉଣ୍ଟରେ ସେ ମୋଟ ୨.୨୫ କୋଟି ଟଙ୍କା ଡିପୋଜିଟ୍ ରଖିଛନ୍ତି । ଏହା ପୂର୍ବରୁ ତାଙ୍କ ଅନ୍ୟ ଆକାଉଣ୍ଟରୁ ୧.୭୭ କୋଟି ଟଙ୍କା ଠାବ କରାଯାଇଥିଲା । ଏହାକୁ ହିସାବକୁ ନେଲେ, ପ୍ରାୟ ୪ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଜମା ଓ ବୀମାରାଶି ଠାବ ହେଲାଣି ।
ବ୍ୟାଙ୍କ ଆକାଉଣ୍ଟରୁ ଜଣାପଡିÿଛି, ଆଶିଷ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବୃଆରି ୧୦ ତାରିଖ ଭିତରେ ଆrିସ ବ୍ୟାଙ୍କରେ କରିଥିବା ୧୮ଟି ଫିr ଡିପୋଜିଟ୍ରେ ୭୮ ଲକ୍ଷ ଟଙ୍କା ଜମା କରିଛନ୍ତି । ସେଥିରୁ ଆଶିଷଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପନôୀଙ୍କ ନାଁରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ, ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି । କେନ୍ଦୁଝର ଏସ୍ବିଆଇ ଶାଖାରେ ୧୬ଲକ୍ଷ ଟଙ୍କା ଜମା ରହିଛି । ମାr ଲାଇଫ ଇନସୁରାନ୍ସରେ ୪୪ ଲକ୍ଷ ଟଙ୍କା, ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆରେ ୨୫ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ପ୍ରାୟ ଦେଢ଼ ଲକ୍ଷ ଟଙ୍କାର କିଷାନ ବିକାଶପତ୍ର ସହ ବିଭିନ୍ନ ବ୍ୟାଙ୍କର ବହୁ କାଗଜପତ୍ର ଜବତ କରାଯାଇଛି ।
ସୂଚନା ଥାଉ କି, ଗତ ୨୫ତାରିଖରେ ଆଶିଷ ଦାସ ମାଲକାନଗିରିରେ ଏକ ବ୍ୟାଙ୍କ୍ରେ ପାଖାପାଖି ୧୦ ଲକ୍ଷ ୨୪ ହଜାର ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ସେବେଠୁ କୁବେର ଯନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବରେ ଲାଗିଛି ଭିଜିଲାନ୍ସ । ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons