ଘନଉଛି ପଞ୍ଜାବ କଂଗ୍ରେସ ସଂକଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଓ ପିପିସିସି (ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି) ମୁଖ୍ୟ ପଦରୁ ନବ୍ଜୋତ୍ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ପଞ୍ଜାବ କଂଗ୍ରେସର ସଂକଟ ବଢ଼ିବାରେ ଲାଗିଛି । ଦୁଇ ବରିÂ ନେତାଙ୍କ ମଧ୍ୟରେ ସୃଷ୍ଟ ବିବାଦ ଦଳକୁ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ପରିସ୍ଥିତିରେ ବୁଧବାର କ୍ୟାପ୍ଟେନ ସିଂହ ବିଜେପିର ବରିÂ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ଘଟଣା କଂଗ୍ରେସକୁ ଆଉ ଏକ ବଡ଼ ସଂକଟ ମଧ୍ୟକୁ ଠେଲିଦେଇଛି ।
ଖବର ମୁତାବକ ବୁଧବାର ସନ୍ଧ୍ୟା ପାଖାପାଖି ୬ଟାରେ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ କାଳ ଧରି ଆଲୋଚନା ହୋଇଥିଲା । ଏହି ବୈଠକ ପରେ ଅମରିନ୍ଦରଙ୍କୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି । ବିଜେପିରେ ସେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେପଟେ କ୍ୟାପ୍ଟେନ୍ଙ୍କ ପାଇଁ ସବୁ ବିକଳ୍ପ ଖୋଲା ଅଛି ବୋଲି କିଛି ସୂତ୍ର ଦର୍ଶାଇଛି । କିନ୍ତୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କ୍ୟାପ୍ଟେନ୍ଙ୍କ ସହଯୋଗୀମାନେ କହିଛନ୍ତି ।
ମଙ୍ଗଳବାର କଂଗ୍ରେସକୁ ହତଚକିତ କରି ସିଦ୍ଧୁ ପିପିସିସି ପଦରୁ ଇସ୍ତଫା ଦେବା ପରେ କ୍ୟାପ୍ଟେନ୍ ସେହିଦିନ ହିଁ ଦିଲ୍ଲୀ ଗସ୍ତ କରିଥିଲେ । ଏହାକୁ ନେଇ ସସ୍ପେନ୍ସ ବଢ଼ିବାକୁ ଲାଗିଥିଲା । ତେବେ ତାଙ୍କର ଏହି ଦିଲ୍ଲୀ ଗସ୍ତ ରାଜନୈତିକ ନୁହେଁ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଥିଲେ ସେ । ହେଲେ ଆଜି ସନ୍ଧ୍ୟାରେ ସେ ଶାହଙ୍କୁ ଭେଟିବା ପରେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ସେପଟେ କ୍ୟାପ୍ଟେନ୍ଙ୍କ କ୍ୟାମ୍ପ୍ର କିଛି ନେତା ପଞ୍ଜାବ ବିଧାନସଭାରେ ଫ୍ଲୋର୍ ଟେଷ୍ଟ ଦାବି କରିଛନ୍ତି, ଯାହା କଂଗ୍ରେସର ସଂକଟକୁ ନୂଆ ଇନ୍ଧନ ଯୋଗାଇଛି । ପଞ୍ଜାବ କଂଗ୍ରେସରେ ଦେଖାଦେଇଥିବା ଏହି ସଂକଟକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦଳକୁ କଟାକ୍ଷ କରିଛନ୍ତି । ରାହୁଲ ଗାନ୍ଧିକୁ କଂଗ୍ରେସକୁ ବୁଡ଼ାଇବାରେ ଲାଗିଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons