ଘରକୁ ଡାକି ଗରମ ତେଲ ଢାଳିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମାଣିଆ, ୨ଜଣ ଗିରଫ

Get real time updates directly on you device, subscribe now.

ଶରଣକୁଳ: ପୂର୍ବ ଶତ୍ରୁତାରୁ ଜଣକୁ ଘରକୁ ଡାକି ନେଇ ଗରମ ତେଲ ପକାଇ ଦେଲେ । ଗତ ୬ ତାରିଖରେ ଏହି ଘଟଣା ଘଟିଥିଲା । କଟକ ବଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ଏହି ବ୍ୟକ୍ତି ଜଣକ ମଙ୍ଗଳ ସକାଳେ ପ୍ରାଣ ହରାଇଛନ୍ତି । ଶରଣକୁଳ ଥାନା ଚଢ଼େୟାପଲ୍ଳୀ ଗ୍ରାମରେ ଏହି ଘଟଣା ଘଟିଛି । ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶରଣକୁଳ ପୋଲିସ ଚିକିତ୍ସାଧିନ ଅବସ୍ଥାରେ ମଣିଆଙ୍କ ଜମାନବନ୍ଦୀ ନେବା ସହ ଶ୍ରୀମତୀ ଏବଂ ସନ୍ତୋଷଙ୍କୁ ଗିରଫ କରିଛି । ଅଧିକ ତଦନ୍ତ ଚାଲିଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବିକ, ମୃତକ ହେଲେ ମଣିଆ ପ୍ରଧାନ(୫୫) । ମଣିଆ ଗ୍ରାମର ଜନୈକ ବିଧବା ମହିଳାଙ୍କ ପୁଅର ଚାକିରି ପାଇଁ କାଳେ ୨ଲକ୍ଷ ଟଙ୍କା ଦେଇଥିଲେ । ତେବେ ଟଙ୍କା ଫେରି ନପାଇବାରୁ ବିବାଦ ଉପୁଜି ଥିଲା । ଗତ ୬ ତାରିଖରେ ଟଙ୍କା ଦେବାକୁ କହି ମଣିଆକୁ ଉକ୍ତ ବିଧବା ମହିଳା ଓ ତାଙ୍କ ପୁଅ ଡାକିଥିଲେ । ତେବେ ଟଙ୍କା ନ ଦେଇ ଗରମ ତେଲ ଢାଳି ଦେଇଥିଲେ । ଏହି ଘଟଣାରେ ପୁଲିସ ବିଧବା ମହିଳା ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିରେ ଅନ୍ୟ ୬ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons