ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୂ

Get real time updates directly on you device, subscribe now.

ଆନନ୍ଦପୁର: ଘରୋଇ କଳହ ନେଲା ସାଂଘାତିକ ରୂପ । ଜୀବନ ହାରିବାକୁ ନିଷ୍ପତ୍ତି ନେଇ ପୁଅବୋହୂ ବିଷ ପିଇଦେଲେ । ଏହା ସହି ନ ପାରି ଶେଷରେ ମା’ ବି ବିଷ ପିଇଦେଲା। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଘଟିଛି । ୩ ଜଣଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାଯାଇଛି। ସେମାନେ ହେଲେ ପଦନା ଗାଁର ପ୍ରଦୀପ ସାହୁ ତାଙ୍କ ପତ୍ନୀ ଓ ମା’ ସୂଚନାଯୋଗ୍ୟ, ଗତକାଲି ପ୍ରଦୀପଙ୍କ ଘରେ କୌଣସି କାରଣକୁ ନେଇ ଭୀଷଣ କଳହ ଲାଗି ରହିଥିଲା। ଏଥିରେ ଅତିଷ୍ଠ ହୋଇ ପ୍ରଦୀପ ଓ ତାଙ୍କ ପତ୍ନୀ ବିଷ ପିଇ ଦେଇଥିଲେ। ଏହାଦେଖି ଉଭୟ ପତିପତ୍ନୀ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପୁଅବୋହୂଙ୍କ ଏପରି ଅବସ୍ଥା ଦେଖି ପ୍ରଦୀପଙ୍କ ମା’ ନିଜ ମାନସିକ ଭାରସାମ୍ୟ ହରାଇ ବସିଲେ। ଏହାପରେ ସେ ମଧ୍ୟ ବିଷ ପିଇଦେବାରୁ ତାଙ୍କୁ ମଧ୍ୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେଠାରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons