ଘାଟିରେ ଭ୍ୟାନ ଓଲଟି ଶ୍ରମିକ ମୃତ

Get real time updates directly on you device, subscribe now.

ପଟ୍ଟାଙ୍ଗି,(ବି.ବି.ଆପ୍ର): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସିନେ୍ଧଇ ଘାଟି ନିକଟରେ ଶନିବାର ସକାଳେ ଏକ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣେ ଶ୍ରମିକଙ୍କର ମୃତୁ୍ୟ ହୋଇଛି । ଏଥିରେ ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଅନ୍ୟ ୧୫ଜଣ ଶ୍ରମିକ ଆହତ ହୋଇଛନ୍ତି । ମୃତକ ହେଲେ ସିନେ୍ଧଇ ଗାଁର ଦାନୁ ଚାମ୍ପି(୩୩) । ଗୁରୁତରଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି । ଅନ୍ୟ ୨ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ହେଲେ ସେହି ଗାଁର ସୁନ୍ଦୁରୁ ଚାମ୍ପି(୪୫), ଛବି ସିଡିଙ୍ଗା(୧୭), ସୁରେନ୍ଦ୍ର ମାଝି(୧୫) ଓ ମାଝି କାମୁଲୁ(୩୫) । ଆହତ ହୋଇଛନ୍ତି ପୂର୍ଣ୍ଣିମା ସିଡିଙ୍ଗା(୨୦), ଦଶୁ ମାଝି(୧୩), ରାଧାମା ବଇ(୧୩), ଆଞ୍ଜୁଲା ବଇ (୧୧), ଭାନୁ ମାଝୀ(୧୨), ଦନାଇ ପାନ୍ଦୀ(୪୦), ବତୀ ସିଡିଙ୍ଗା(୩୯), ସଞ୍ଜୁ ମାଝି(୧୩), ସୀତାମା ସିଡିଙ୍ଗା(୧୯), ନାରଙ୍ଗ ସିଡିଙ୍ଗା(୫୨), ଗୋପୀ ସିଡିଙ୍ଗା(୪୦), ମଙ୍ଗୁଲୁ ସିଡିଙ୍ଗା(୩୫), ବଇ ବଲୁ(୩୫), ଅପୁ ଭାଇ(୨୦) । ଆହତଙ୍କୁ ପଟ୍ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି । ଏତେ ସଂଖ୍ୟକ ଶ୍ରମିକଙ୍କୁ ଧରି ଗାଡିଟି ଯାଉଥିବାବେଳେ ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ସକାଳେ ଭ୍ୟାନ(ଓଡି୧୦ଡି-୯୯୯୦)ଟି ମାଳିପୁଟ ପଞ୍ଚାୟତ ସିନେ୍ଧଇ ଗାଁକୁ ଶ୍ରମିକ ଆଣିବାକୁ ଯାଇଥିଲା । ଶ୍ରମିକଙ୍କୁ ବୋଝେଇ କରି ଫେରୁଥିଲା । ଶ୍ରମିକଙ୍କ ମଧ୍ୟରେ ପୁରୁଷ, ମହିଳା, ନାବାଳକ, ନାବାଳିକା ଥିଲେ । ଘାଟି ନିକଟରେ ଗାଡି ଓଲଟି ପଡିଥିଲା । ଭ୍ୟାନରେ ଠିଆ ହୋଇଥିବା ସମସ୍ତ ଶ୍ରମିକ ଗାଡିରୁ ଛିଟିକି ରାସ୍ତାରେ ପଡିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାରକରି ପଟ୍ଟାଙ୍ଗି ଡାକ୍ତରଖାନାକୁ ଆଣିଥିଲେ । ଦାନୁ, ସୁନ୍ଦୁରୁ, ଛବି, ସୁରେନ୍ଦ୍ର ଓ ମାଝି କାମୁଲୁଙ୍କ ଅବସ୍ଥା ଗମ୍ଭୀର ଥିବାରୁ କୋରାପୁଟ ମେଡିକାଲକୁ ପଠାଇ ଦିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦାନୁଙ୍କ ମୃତୁ୍ୟ ହୋଇଥିଲା । ପଟ୍ଟାଙ୍ଗି ପୁଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଥିବାବେଳେ ଗାଁ ଲୋକେ ପଟ୍ଟାଙ୍ଗି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଦାନୁଙ୍କ ମୃତୁ୍ୟ ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ୨ଜଣ ଝିଅ, ଜଣେ ପୁଅ, ସ୍ତ୍ରୀ, ବାପା, ମାଆ ଅଛନ୍ତି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ମୃତ ଓ ଗୁରୁତର ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons