ଘାଟୀରେ ଟ୍ରକକୁ ପିଟିଲା ବସ୍ : ଜଣେ ମୃତ ୪ ଆହତ

Get real time updates directly on you device, subscribe now.

ବାଙ୍ଗିରିପୋଷି,(ବି.ବି.ଆ.ପ୍ର):ଇଦ୍ ପାଳିିବାକୁ ଘରକୁ ଯାଉଥିବା ବେଳେ ଦୁର୍ଘଟଣାରେ ମୁର୍ଶିଦାବାଦ ମିସ୍ତ୍ରିଙ୍କ ଚାଲିଗଲା ଜୀବନ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ଏନଏଚ ୪୯ନଂ ରେ । ବସ୍ ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇ ଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ସମସ୍ତ ଯାତ୍ରୀ ।ମୃତକ ଜଣଙ୍କ ହେଲେ ମୁର୍ଶିଦାବାଦ ଜିଲ୍ଲାର ଚକସାହିପୁର ଗ୍ରାମର ସେରାଜୁର୍ଦ୍ଧିନ (୪୭) ।
ଘଟଣା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଦ୍ୱାରଶୁଣି ଘାଟି ରାସ୍ତାରେ ଶନିବାର ସକାଳୁ ଏକ ଯାତ୍ରୀବାହୀ ବସ୍ ୬୦ରୁ ଊଦ୍ଧ୍ୱର୍ ଯାତ୍ରୀକୁ ନେଇ (ଡବ୍ଲୁବି -୭୬ଏ-୭୭୧୧(ଜୟମାତା ଦୀ) ଘାଟି ରାସ୍ତାରେ ଓହ୍ଲାଉଥିବା ବେଳେ ଏକ ଲୁହା ବୋଝେଇ ଟ୍ରକ (ଓଡି ୦୯ଏମ୮୬୪୦)କୁ ପଛପଟୁୁ ଧକ୍କା ଦେଇଥିଲା । ଫଳରେ ବସ ଯାତ୍ରୀ ମାନେ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ,ବାଙ୍ଗିରିପୋଷି ପୁଲିସ ଏବଂ ଦମକଳ ବାହୀନି ପହଞ୍ଚି ଉଦ୍ଧାର କରିବା ସହ ସ୍ଥାନୀୟ ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ । ତେବେ ସେଠାରେ ସେରାଜୁର୍ଦ୍ଧିନଙ୍କ ଚିକିତ୍ସିତ ଅବସ୍ଥାରେ ମୃତୁ୍ୟ ଘଟିଛି ବୋଲି ପୁଲିସ ତରଫରୁ ସୂଚନା ମିଳିଛି । ଯାତ୍ରୀ ମାନେ ସମସ୍ତେ ପ୍ରାୟ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେମାନେ ସମ୍ବଲପୁରରୁ ମୁର୍ଶିଦାବାଦ ମିସ୍ତ୍ରୀ ଦଳ ଇଦ୍ପର୍ବ ପାଳନ ପାଇଁ ନିଜ ଗାଁ ପଶ୍ଚିମବଙ୍ଗର ମୁର୍ଶିଦାବାଦକୁ ରିଜର୍ଭ ବସ କରି ଘରକୁ ଫେରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons