ଚରଣଜିତ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦଳିତ ଶିଖ୍ ନେତା ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ଚଣ୍ଡିଗଡ଼ରେ ଅନୁÂିତ କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତକ୍ରମେ ନେତା ନିର୍ବାଚିତ କରାଯାଇଛି । ରାଜ୍ୟ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ହରିଶ ରାୱତ ଏହି ସୂଚନା ଦେଇଛନ୍ତି । ସେପଟେ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଚରଣଜିତ ରାଜଭବନ ଯାଇ ରାଜ୍ୟପାଳ ବନୱରିଲାଲ ପୁରୋହିତଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଜଣାଇଛନ୍ତି । ସୋମବାର ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ସମାରୋହ ଅନୁÂିତ ହେବ ।
ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାରେ ୫୮ ବର୍ଷୀୟ ଚରଣଜିତ ହେଉଛନ୍ତି ପ୍ରଥମ ଦଳିତ ନେତା । ପଞ୍ଜାବ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଦଳିତ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ସେ ଚମକୌର ସାହିବ ଆସନରୁ ବିଧାୟକ ଅଛନ୍ତି । ସେ ଏହି ଆସନରୁ ଲଗାତର ୩ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଶିରୋମଣୀ ଅକାଳୀ ଦଳ-ବିଜେପି ସରକାର ବେଳେ ୨୦୧୫-୧୬ ପର୍ଯ୍ୟନ୍ତ ସେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ ପୂର୍ବ ସରକାରରେ ସେ ବୈଷୟିକ ଶିକ୍ଷା ଏବଂ ଉଦ୍ୟେଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦବିରୁ ହଟାଇବା ପାଇଁ ଯେଉଁ ନେତାମାନେ ଦାବି କରୁଥିଲେ ସେମାନଙ୍କ ମଧ୍ୟରୁ ଚରଣଜିତ ଅନ୍ୟତମ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଇସ୍ତଫା ଦେଇଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ଘନିÂ ସହଯୋଗୀ ଭାବେ ଚରଣଜିତ ପରିଚିତ ।
ସେହିଭଳି ରାଜ୍ୟ ପାଇଁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ । ସୁଖଜିନ୍ଦର ସିଂହ ରାନ୍ଧୱା ଓ ବ୍ରହ୍ମ ମହିନ୍ଦ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ହେଉଛି । ତେବେ ହରିଶ ରାୱତ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ କିଏ ହେବେ ତାହା ପରେ ସ୍ଥିର କରାଯିବ । କୁହାଯାଉଛି କି ରାଜ୍ୟସଭା ସାଂସଦ ଅମ୍ବିକା ସୋନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ହାଇକମାଣ୍ଡ ଆଗ୍ରହ ପ୍ରକାଶ କରିଥିଲେ । ଆଜି ସକାଳୁ ତାଙ୍କ ନାମକୁ ନେଇ ଚର୍ଚ୍ଚା ମଧ୍ୟ ଜାରି ରହିଥିଲା । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ମନା କରିଦେଇଥିଲେ । ଫଳରେ ଶିଖ୍ ନେତା ଭାବେ ରାନ୍ଧୱାଙ୍କ ନାମ ଉପରେ ସହମତି ବନିଥିଲା । କିନ୍ତୁ ସିଦ୍ଧୁ ତାଙ୍କୁ ବିରୋଧ କରିଥିଲେ । ଏପରିକି ସେ କ୍ଷୁବ୍ଧ ହୋଇ ବୈଠକ ବସିଥିବା ହୋଟେଲରୁ ବାହାରକୁ ପଳାଇଥିଲେ । ଯାହାଫଳରେ ହାଇକମାଣ୍ଡ ଶେଷ ମୁହୂର୍ତ୍ତରେ ରାନ୍ଧୱାଙ୍କ ବଦଳରେ ଚରଣଜିତଙ୍କ ନାମରେ ମୋହର ଲଗାଇଥିଲେ ।
ଏହା ପୂର୍ବରୁ ଶନିବାର ବିଧାୟକ ଦଳ ବୈଠକରେ ନୂଆ ନେତା ନିର୍ବାଚିତ ହେବାର ଥିଲା । ପୂର୍ବତନ ପିସିସି ସଭାପତି ସୁନୀଲ ଝାକଡ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆପାତତଃ ସ୍ଥିର ହୋଇଥିଲା । କିନ୍ତୁ ପଞ୍ଜାବ ଶିଖ୍ ବହୁଳ ରାଜ୍ୟ ହୋଇଥିବାରୁ ଶିଖ୍ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବି ଉଠିଥିଲା । ରାନ୍ଧୱା ଏହି ଦାବି ଉଠାଇବା ସହ ଝାକଡଙ୍କୁ ବିରୋଧ କରିଥିଲେ । ଫଳରେ କଂଗ୍ରେସ ହାଇକମାଣ୍ଡ ହିନ୍ଦୁ ଓ ଶିଖ୍ ଚେହେରାକୁ ନେଇ ଆଡୁଆରେ ପଡ଼ିଯାଇଥିଲେ । ଯେଉଁଥିପାଇଁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ସହମତି ବନି ପାରି ନଥିଲା । ସେପଟେ କିନ୍ତୁ ରାନ୍ଧୱାଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ତାଙ୍କ ଘରେ ନେତାଙ୍କ ଭିଡ଼ ଲାଗିଯାଇଥିଲା । ଏଭଳି ସମୟରେ ହାଇକମାଣ୍ଡଙ୍କ ପକ୍ଷରୁ ଜଣେ ନେତାଙ୍କୁ ରାନ୍ଧୱାଙ୍କ ବାସଭବନକୁ ପଠାଯାଇଥିଲା । ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରୁ ଓହରିଯିବାକୁ ବୁଝାଇଥିଲେ । ରାନ୍ଧୱା ଓହରିଯିବା ପରେ ଚରଣଜିତଙ୍କ ନାମରେ ମୋହର ଲାଗିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons