ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଘଟଣା:ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲ୍କୋ ଓ ସୁନାବେଡା ହାଲ୍ରେ ଚାକିରି କରାଇଦେବା ନାଁରେ ୭୦ରୁ ଅଧିକ ପିଲାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିିଥିବା ଅଭିଯୋଗରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୫ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି । ସେମାନେ ହେଲେ ରାୟଗଡ଼ା ସହରର ସୁଧୀର ଚୌଧୁରୀ ଓ ତାଙ୍କ ପୁଅ ସୁନିଲ ଏବଂ ଭୁବନେଶ୍ୱରର ମୁଖ୍ୟଠକ ସନ୍ତୋଷକୁମାର ବରାଡ ଓ ତାଙ୍କ ସହଯୋଗୀ କମଳ ମହାନ୍ତି ଓ ଯାଜପୁରର ଅଭିମନୁ୍ୟ ମିଶ୍ର । ଅଭିଯୁକ୍ତମାନେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଠକେଇ କରୁଥିଲେ । ସେମାନଙ୍କ ପାଖରୁ ନକଲି ଷ୍ଟାମ୍ପ, ନିଯୁକ୍ତି ପତ୍ର, କାରଖାନାର ଗେଟପାସ୍ ସହ ପ୍ରିଣ୍ଟର ଜବତ କରାଯାଇଛି । ଏଥିସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି । ଅଭିଯୁକ୍ତଙ୍କ କୋଭିଡ଼ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସୋମବାର ସମସ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି ।
ସୁନାବେଡାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜକୁମାର ବେହେରା କହିଛନ୍ତି, ଗତ ୨ତାରିଖରେ ନାଲ୍କୋ କର୍ତ୍ତୃପକ୍ଷଙ୍କ ତରଫରୁ ଦାମନଯୋଡି ଥାନାରେ ତାଙ୍କ କମ୍ପାନିରେ ଚାକିରି ଦେବା ନାଁରେ ଠକେଇ କରାଯାଉଥିବା ଲିଖିତ ଅଭିଯୋଗ ହୋଇଥିଲା । ଏକ ଘରୋଇ ସଂସ୍ଥା ନାଲ୍କୋର ନକଲି ଗେଟପାସ ଓ ସିଲ୍ ତିଆରି କରି ଚାକିରି ଆଶାୟୀ ପିଲାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଠକି ନେଇଛି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ନିବେଦନ କରାଯାଇଥିଲା । ଅଭିଯୋଗ ପାଇବା ପରେ ଏସଡିପିଓଙ୍କ ନେତୃତ୍ୱରେ ସୁନାବେଡା ଆଇଆଇସି ସମ୍ବିତ ବେହେରା, ସେମିଳିଗୁଡା ଆଇଆଇସି ପ୍ରଦୁ୍ୟମ୍ନକୁମାର ମହାପାତ୍ର, ଦାମନଯୋଡି ଆଇଆଇସି ଗୌରହରି ସାହୁଂକୁ ନେଇ ୩ଟି ଟିମ ଗଠନ କରାଯାଇ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା । ଅନ୍ୟପକ୍ଷେ ଠକାମୀର ଶିକାର ହୋଇଥିବା ବାଲେଶ୍ୱର, କଟକ, ଯାଜପୁର, ରାୟଗଡ଼ା, କୋରାପୁଟର କେତେକ ଯୁବକ ମଧ୍ୟ ଅଭିିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ରାୟଗଡାର ସୁଧୀର ଓ ତାଙ୍କ ପୁଅ ସୁନିଲଙ୍କୁ ଗିରଫ କରିଥିଲା । ସେମାନଙ୍କ ଅଫିସ ଓ ଘରୁ ଅନେକ କାଗଜପତ୍ର, ଗେଟପାସ୍ ଜବତ କରାଯାଇଥିଲା । ଜେରାପରେ ଭୁବନେଶ୍ୱରର ସନ୍ତୋଷ କୁମାର ବରାଡଙ୍କ ନିଦେ୍ର୍ଧଶରେ ଏହା କରୁଥିବା ବାପ-ପୁଅ ସ୍ୱୀକାର କରିଥିଲେ । ସନ୍ତୋଷଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଚାଲିଥିଲା । ପରେ ସେମିଳିଗୁଡାର ଏକ ହାଟେଲରେ ଚଢ଼ଉ କରି ପୁଲିସ ଓରାସିସ୍ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବୋଲାଉଥିବା ସନ୍ତୋଷ ଓ ତାଙ୍କ ୨ ସହଯୋଗୀ କମଳ ଏବଂ ଅଭିମନୁ୍ୟଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ପାଖରୁ ଲାପଟପ୍, ପ୍ରିଣ୍ଟର ସମେତ ନାମୀଦାମୀ କମ୍ପାନିର ନକଲି କାଗଜପତ୍ର, ଷ୍ଟାମ୍ପ, ଗେଟପାସ ଆଦି ଜବତ କରାଯାଇଛି । ଚୁକ୍ତିଭିତ୍ତିକ ଚାକିରି କରାଇଦେବେ କହି ଅଭିଯୁକ୍ତମାନେ ୭୦ରୁ ଅଧିକ ପିଲାଙ୍କ ଠାରୁ ଜଣଙ୍କ ପିଛା ପ୍ରାୟ ୪୦ହଜାର ଏଭଳି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଅଭିଯୁକ୍ତମାନଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଥିବା ଏସଡିପିଓ ଶ୍ରୀ ବେହେରା କହିଛନ୍ତି । ଠକାମିର ଶିକାର ହୋଇଥିବା ପିଲାମାନେ ବାଲେଶ୍ୱର, କଟକ, ଯାଜପୁର, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାରୁ ଅଛନ୍ତି । ଅନଲାଇନ୍ ମାଧ୍ୟମରେ ସେମାନେ ଆବେଦନ କରି ରାୟଗଡ଼ା ଆସିଥିବା ଅଭିଯୋଗ କରିଥିଲେ । ଓରୋସିସର ସ୍କିଲ୍ ଡେଭଲପମେଣ୍ଟ ମାଧ୍ୟମରେ ସେମାନଙ୍କୁ ନାଲ୍କୋ ମ୍ୟାଣ୍ଟେନାନ୍ସ ଗ୍ରୁପରେ ଚାକିରି କରାଇଦେବାକୁ କହି ଗେଟପାସ୍ ମଧ୍ୟ ଦେଇଥିଲେ । ପରେ ତାହା ନକଲି ବୋଲି ଜଣାପଡ଼ିଥିଲା । ଠକାମିର ଶିକାର ହେବା ପରେ ପିଲାମାନେ ପ୍ରଶାସନ ଓ ପୁଲିସ ପାଖରେ ସେମାନଙ୍କ ଟଙ୍କା ଫେରିପାଇବାକୁ ନିବେଦନ କରିଥିଲେ ।
ଏସଡିପିଓ ଶ୍ରୀ ବେହେରା କହିଛନ୍ତି ଯେ, ମିଛ ପ୍ରଲୋଭନରେ ନପଡ଼ି ପିଲାମାନେ ସତର୍କ ରହିବା ଆବଶ୍ୟକ । ପିତାମାତାଙ୍କ କଷ୍ଟୋପାର୍ଜିତ ଧନକୁ ଠକଙ୍କ ପାଖକୁ ଯେପଲି ନଯିବ ସେଥିପ୍ରତି ଯତ୍ନବାନ୍ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons