ଚାନ୍ଦପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି :ସାଂସଦ ମାନସ ମଙ୍ଗରାଜଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

Get real time updates directly on you device, subscribe now.

ରଣପୁର : ରଣପୁର ରାଣୀ ବସନ୍ତ ମଞ୍ଜରୀ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ହୋଇଥିଲେ । ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ଚାନ୍ଦପୁରରେ ଯକ୍ଷ୍ମା ମେଡିକାଲ ପ୍ରତିଷ୍ଠା କରିଥିଲେ । ଏହି ମେଡିକାଲ ସେତେବେଳେ ବେଶ ଲୋକପ୍ରିୟ ଥିଲା । ପରବର୍ତ୍ତୀ ସମୟରେ ଏହା ସାଧରଣ ମେଡିକାଲରେ ପରିଣତ ହୋଇଥିଲା । ଏବେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ଭେଷଜ ମହାବିଦ୍ୟାଳୟରେ ସରକାରୀ ଭାବେ ଯାଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ସାଂସଦ ମାନସ ମଙ୍ଗରାଜଙ୍କୁ ପ୍ରଦାନ କରାଯାଇଛି ।
କ୍ରିୟାନୁଷ୍ଠାନ କମିଟି ସଭ୍ୟ ସର୍ବଶ୍ରୀ ଧନେଶ୍ୱର ଅଗ୍ରୱାଲ, ବିଜୟ ମହାପାତ୍ର, ବିଜୟ ପ୍ରଧାନ, ବିପିନ ନାୟକ, ମନୋଜ ଦାସ ଓ ଚାନ୍ଦପୁର ସରପଞ୍ଚ ପ୍ରମୁଖ ଶ୍ରୀ ମଙ୍ଗରାଜକୁ ଆଜି ପୂର୍ବାହ୍ନରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ମଙ୍ଗରାଜ କ୍ରିୟାନୁଷ୍ଠାନ କମିଟିର ଅନୁରୋଧ କ୍ରମେ ମୁଖ୍ୟ ଉପଦେଷ୍ଟା ରହିବା ପାଇଁ ସମ୍ମତି ପ୍ରଦାନ କରିଥିବାରୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରର ନକଲ ପୁରୀ ସାଂସଦ, ରଣପୁର ବିଧାୟକ, ଚିଲିକା, ଖୋର୍ଦ୍ଧା ବିଧାୟକ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୨ ମସିହାରେ ସରକାରୀ ଘରୋଇ ସହଭାଗିତାରେ ଏହି ଡାକ୍ତରଖାନାକୁ ମେଡିକାଲ କଲେଜ ପାଇଁ ପ୍ରାୟତଃ ସ୍ଥିର ହୋଇଥିଲା । ମାତ୍ର ସାଧାରଣ ଜନତାଙ୍କ ତୀବ୍ର ବିରୋଧ ଯୋଗୁଁ ଏହା ହୋଇ ନଥିଲା । ରାଜ୍ୟର ସର୍ବବୃହତ୍ ଯକ୍ଷ୍ମା ଚିକିତ୍ସାଳୟ ଆଜି ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ପରିଣତ ହୋଇଛି । ୧୦୦ ଏକର ପରିମିତ ଅଞ୍ଚଳରେ ସ୍ଥାପିତ ଏହି ଡାକ୍ତରଖାନା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀ ପ୍ରତିଷ୍ଠା କରିଥିଲେ । ବିଗତ ୫୦ ଦଶକରେ ଓ ସକଳ ଭିତିଭୂମି ଥିବା ଏହି ହାସପାତାଳ କୁ ତୁରନ୍ତ ସରକାରୀ ଭେଷଜ ମହାବିଦ୍ୟାଳୟ କରିବାକୁ ଦାବି ଜୋର ଧରିଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ଧନେଶ୍ୱର ଅଗ୍ରୱାଲଙ୍କ ନେତୃତ୍ୱରେ ୨୧ ଜଣିଆ କ୍ରିୟାନୁଷ୍ଠାନ କମିଟି ଗଢ଼ାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons