ଚାଲିଛି ବେଆଇନ ସ୍କ୍ରାପ୍ କିଣାବିକା!

Get real time updates directly on you device, subscribe now.

କୋଷାଗୁମୁଡା,(ବି.ବି.ନୁ୍ୟଜ): କାବାଡି ସମଗ୍ରୀ(ସ୍କ୍ରାପ)ର କିଣାବିକାର ଭୂସ୍ୱର୍ଗ ପାଲଟିଛି କୋଡିଙ୍ଗା ପଞ୍ଚାୟତ ସଦରମହକୁମା । ପ୍ରଶାସନର ଆଖିରେ ଧୂଳିଦେଇ ବେଆଇନଭାବେ ପ୍ରତିଦିନ ଲକ୍ଷାଧିକ ଟଙ୍କାର କାରବାର ହେଉଛି । ପୁଲିସ ଓ ପ୍ରଶାସନର ଏଥିପ୍ରତି ନଜର ପଡୁ ନଥିବାରୁ ବେପାରୀମାନେ ବେଧଡକ କାରବାର ଚଳାଉଥିବା ଅଭିଯୋଗ ହେଉଛି । ବ୍ୟବସାୟୀ କାବାଡି ବେପାରକୁ ନେଇ ରହିଥିବା ଆଇନକୁ ଉଲ୍ଲଙ୍ଘନ କରିଚାଲିଥିବା ଜଣାପଡିଛି । ଏହାକୁ ନେଇ ଅଞ୍ଚଳରେ ଛୋଟମୋଟ ଚୋରି ବଢୁଥିବା ପରିଲକ୍ଷିତ ହେଉଛି ।
କାବାଡି ସାମଗ୍ରୀ କିଣାବିକା ପାଇଁ କୋଡିଙ୍ଗାଠାରେ ୨ଟି ଦୋକାନ ଖୋଲାଯାଇଛି । ପ୍ରତିଦିନ ବିଭିନ୍ନ ରଦି ସାମଗ୍ରୀ ଯଥା ଭଙ୍ଗା ସାଇକେଲ, ମୋଟର ସାଇକେଲ, ଲୁହା ଓ ଷ୍ଟିଲ ସାମଗ୍ରୀ, ପୁରୁଣା ଆସବାବ, ବୈଦୁ୍ୟତିକ ଉପକରଣ ଖୁଲମଖୁଲା କିଣାବିକା ହେଉଛି । ବେପାରୀମାନେ ବିନା ବାଧାରେ ପଡୋଶୀ ଛତିଶଗଡର ଜଗଦଲପୁରକୁ ନେଇ ବିକ୍ରି କରୁଛନ୍ତି । ଏହିସୁବ ସାମଗ୍ରୀ କାହାର, କେଉଁଠାରୁ ଆସୁଛି, କିଭଳି ଆସୁଛି ସେନେଇ କୌଣସି ତଥ୍ୟ ଦୋକାନୀଙ୍କ ନିକଟରେ ରହୁନାହିଁ । ଏସବୁ ସାମଗ୍ରୀ ଦୋକାନ ନିକଟରୁ ଗାଡିରେ ବୋଝେଇ ହୋଇ ଯିବାବେଳେ ସ୍ଥାନୀୟ ପୁଲିସ ଥରେ ଯାଞ୍ଚ କରିବାର ନିୟମ ଥିଲେ ମଧ୍ୟ ଏହା କରାଯାଉ ନଥିବା କେତେଜଣ ଅଭିଯୋଗ କରିଛନ୍ତି । କାରବାର ଦିନକୁ ଦିନ ବଢୁଥିବାରୁ ଅଞ୍ଚଳରେ ଛୋଟମୋଟ ଚୋରି ବଢୁଥିବା ଅଞ୍ଚଳବାସୀ କହିଛନ୍ତି । ଏ ସମ୍ପର୍କରେ କୋଡିଙ୍ଗା ଆଇଆଇସି ସରିତା ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହାକୁ ନେଇ ଅଭିଯୋଗ ଆସିଛି । ଆଗାମୀ ଦିନରେ ତଦନ୍ତ କରାଯାଇ ଆବଶ୍ୟକ କାର୍ୟ୍ୟାନୁÂାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons