{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଧିନସ୍ଥ ରେଙ୍ଗାଲ ବେଡ଼ା ଗ୍ରାମରେ ଥିବା ପି .ଏମ .ଶ୍ରୀ ଗୋହିରା ନୋଡାଲ ହାଇସ୍କୁଲ ରେ ” ମହାକାଶ ବିଜ୍ଞାନ ଅନୁସନ୍ଧାନ ” ଶୀର୍ଷକ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ କୁମୁଦ ବନ୍ଧୁ ପୃଷ୍ଟି ଙ୍କ ପୌରହିତ୍ୟ ରେ ସୁଚାରୁ ରୁପେ ସମ୍ପାଦିତ ହୋଇଅଛି | ଏହି ମାସିକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ରେ ଇ.ଏମ.ଆର.ଏସ.କଳାମାଟି ର ଅଧ୍ୟାପକ ମନୋରଞ୍ଜନ ବାରିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହାକାଶ , ଅନ୍ତରୀକ୍ଷ ,ସୂର୍ଯ୍ୟ ,ଚନ୍ଦ୍ର , ଗ୍ରହରାଶି ,ଉପଗ୍ରହ ମାନଙ୍କ ବିଷୟରେ ମୌଳିକ ଚିନ୍ତନ ଉପସ୍ଥାପନା କରିଥିଲେ | ମହାକାଶ ବିଜ୍ଞାନ କୁ ନେଇ ଆୟୋଜିତ ହୋଇଥିବା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରିଆମାଳ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶରତ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ଅଧ୍ୟାପକ ମନୋରଞ୍ଜନ ବାରିକ ଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୃଷ୍ଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭ ରେ ଶିକ୍ଷକ ବିକାଶ ମାହାର ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ବର୍ଣାଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ବିଜ୍ଞାନ ବିଚିତ୍ରା କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିବାରେ ବିଦ୍ୟାଳୟ ର ଶିକ୍ଷକ ବିଘ୍ନେଶ କୁମାର ନାୟକ , ବିଶ୍ୱଜିତ ସାହୁ ,ବିକାଶ ମାହାର ଓ ଶିକ୍ଷୟିତ୍ରୀ ବର୍ଣ୍ଣାଲି ସାହୁ ପ୍ରମୁଖ ସହଯୋଗ କରିଥିଲେ |ସବୁଜ ବନାନୀ ରେ ସୁନ୍ଦର ପରିବେଶ ରେ ରେଙ୍ଗାଳବେଡା ଅଞ୍ଚଳର ଏହି ପ୍ରଜ୍ଞା ପୂର୍ଣ୍ଣ କାର୍ଯ୍ୟ କ୍ରମ କୁ ସମସ୍ତ ଛାତ୍ର ଛାତ୍ରୀ ମନ ଭରି ଉପଭୋଗ କରିଥିଲେ |


Comments are closed, but trackbacks and pingbacks are open.