ଚାଲିଲା ଗଜପତିଙ୍କ ୬୪ଅଙ୍କ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀନଅରରେ ଶନିବାର ସୁନିଆଁ ପର୍ବ ପାଳିତ ହୋଇଛି । ଆଜିଠାରୁ ଗଜପତି ମହାରାଜାଙ୍କ ନୂତନ ବର୍ଷ ସହ ନୂଆ ଅଙ୍କଗଣନାର ଶୁଭାରମ୍ଭ ହୋଇଛି । ପ୍ରାଚୀନ ବର୍ଷ ଗଣନା ଅନୁସାରେ ଦିବ୍ୟସିଂହ ଦେବ ମହାରାଜାଙ୍କ ଆଜିଠାରୁ ୬୪ଅଙ୍କ ଓ ୧୪୨୯ ସାଲ ପ୍ରଚଳିତ ହୋଇଛି । ନୂତନ ସ୍ୱର୍ଣ୍ଣ ମୁଦ୍ରାର ପ୍ରଚଳନ କରାଯାଇଛି । ଏଥିସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ଗାଦିସୀନ ହୋଇଛନ୍ତି ।
ଆଜି ସୁନିଅାଁ ଉତ୍ସବରେ ଶ୍ରୀନଅରରେ ସ୍ୱତନ୍ତ୍ର ବିଧି ଅନୁÂିତ ହୋଇଛି । ପ୍ରଥମେ ରାଜନଅରକୁ ପରିଷ୍କାର କରାଯାଇ ଚୂନପାଣି ଛିଞ୍ଚା ଯାଇଥିଲା । ଚିତ୍ରକର ସେବକମାନେ ଶ୍ରୀନଅର ସିଂହଦ୍ୱାର, ପତିତପାବନଙ୍କ ଆସ୍ଥାନ, ପାଟଅଗଣା ଶୁଭଖୁଣ୍ଟି ମୂଳ, ଦରବାରଘର , ସିଂହାସନ ଘୋଷରା ପାହାଚ, ଠାକୁରଘର ସମ୍ମୁଖ, ବୈଠକ ଘର, ଦିଅଁଘର ଆଦିରେ ଗେରୁ ଓ ନୂଆ ଅରୁଆ ଚାଉଳ ପିଠଉରେ ଝୋଟି ଦେଇଥିଲେ । ଶ୍ରୀନଅରରେ ବରୁଣ ପୂଜା, ବାସ୍ତୁପୂଜା , ଅସ୍ତ୍ରପୂଜା ଆଦି ସମ୍ପନ୍ନ ହୋଇଥିଲା । ଶ୍ରୀନଅର କନକଦୁର୍ଗା ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।
ରାଜପ୍ରସାଦ ପାଟ ଅଗଣା ଐଶାନ୍ୟ କୋଣରେ ସ୍ଥାପିତ ହୋଇଥିବା ଶୁଭଖୁଣ୍ଟି , ପାଶ୍ୱର୍ ଦେବତା, ଦଶଦିଗପାଳ, ନବଗ୍ରହ ଓ ରାଜପ୍ରସାଦର ଇଷ୍ଟଦେବଦେବୀଙ୍କୁ ପୂଜା କରାଯାଇଥିଲା । ଗାଦିସୀନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅବିଧ ଲାଗି କରାଯାଇଥିଲା । ରାଜଗୁରୁଙ୍କ ମନ୍ତ୍ରଧ୍ୱନିରେ ପାରମ୍ପରିକ ବିଧି ଅନୁÂିତ ହୋଇଥିଲା । ରାଜନଅରରେ ପାରିଷଦ ବର୍ଗ ଗଜପତିଙ୍କ ଉଦେ୍ଧଶ୍ୟରେ ସୁନିଅାଁ ଭେଟି ପ୍ରଦାନ କରିଥିଲେ । ନବଜାତକଙ୍କ ଜନ୍ମପତ୍ରିକା ଓ ପ୍ରଚଳିତ ହେଉଥିବା ବିଭିନ୍ନ ପଞ୍ଜିକାରେ ଏହି ଅଙ୍କ ଉଲ୍ଲେଖ କରାଯିବ । ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହି ଦିବସର ଯଥେଷ୍ଟ ମହତ୍ତ୍ୱ ରହିଛ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons