ଚିକିତ୍ସାଧୀନ ଆରପିଏଫ୍ ଯବାନଙ୍କ ମୃତୁ୍ୟ

Get real time updates directly on you device, subscribe now.

ଯୋଡା,(ବି.ବି.ନୁ୍ୟଜ): ବାଂଶପାଣି ରେଳ ଷ୍ଟେସନରେ ଗତ ମଙ୍ଗଳବାର ଆରପିଏଫ୍ ଯବାନଙ୍କ ମାଡ଼ରେ ଜନୈକ ଯୁବକର ମୃତୁ୍ୟ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଯବାନଙ୍କୁ ମାରି ଲହୁଲୁହାଣ କରିଥିଲେ । ଲୋକଙ୍କ ମାଡ଼ରେ ୪ ଜଣ ଆରପିଏଫ ଯବାନ ଓ ଜଣେ ଏସଆଇ ଗୁରୁତର ହୋଇଥିବାବେଳେ ଆଜି ଜଣେ ଆର୍ପିଏଫ୍ ଯବାନଙ୍କ ମୃତୁ୍ୟ ଘଟିଛି । ମୃତ ଯବାନ ହେଲେ ଶ୍ୟାମସେର କୁମାର ସିଂହ (ଏସ.କେ.ସିଂହ) । ତାଙ୍କର ଘର ବିହାର ରାଜ୍ୟର ମୁଙ୍ଗେର ଜିଲ୍ଲାରେ ।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଚୋର ସନେ୍ଦହରେ ଆରପିଏଫ୍ ଯବାନ ମାନେ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମଣ ପାତ୍ରଙ୍କୁ ମାଡ ମାରିଥିଲେ । ଏଥିରେ ଯୁବକଙ୍କ ମୃତୁ୍ୟ ଘଟିଥିଲା । ଘଟଣା ବିଷୟରେ ଜାଣିବା ପରେ ନିକଟସ୍ଥ କୋଇଲାହଟିଂ, ଭଞ୍ଜହଟିଂ ଓ ରାଧାହଟିଂର ଶତାଧିକ ମହିଳା ପୁରୁଷ ସଂଘବଦ୍ଧ ଭାବେ ଷ୍ଟେସନ ଭିତରେ ପଶି ଅଫିସ ରେକର୍ଡ ପତ୍ର, ଆସବାପତ୍ର, ପ୍ରତୀକ୍ଷା ଗୃହ ଓ ଟିକେଟ ଗୃହକୁ ନଷ୍ଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସଂକେତ ପ୍ୟାନେଲକୁ ମଧ୍ୟ ଭାଙ୍ଗିଦେଇଥିଲେ । ଏଥିସହ ଆରପିଏଫ ଯବାନ ମାନଙ୍କୁ ଆତର୍କିତ ଆକ୍ରମଣ କରିଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ମାଡରେ ୪ ଜଣ ଆରପିଏଫ ଯବାନ ଓ ଜଣେ ଏସ୍ଆଇ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ଯୋଡା ପୁଲିସ ପହଞ୍ଚି ଗୁରୁତରଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଆରପିଏଫ ଯବାନ ପି.ଏନ୍.ପାଶୱାନ, ଶ୍ୟାମସେର କୁମାର ସିଂହ(ଏସ.କେ.ସିଂହ) ଓ ପଙ୍କଜ କୁମାରଙ୍କୁ ଜାମସେଦପୁର ସ୍ଥିତ ଟାଟା ମୁଖ୍ୟ ଡାକ୍ତରଖାନା (ଟିଏମଏଚ)କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରବିବାର ସକାଳେ ଶ୍ୟାମସେର କୁମାର ସିଂହଙ୍କ ମୃତୁ୍ୟ ଘଟିିଛି । ସିଂହ ଘଟଣାପରଠାରୁ ୪ଦିନ ଧରି ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରହିଥିଲେ । ତାଙ୍କର ମୃତୁ୍ୟପରେ ତାଙ୍କୁ ତାଙ୍କର ପୈତୃକ ଗ୍ରାମ ବିହାର ରାଜ୍ୟର ମୁଙ୍ଗେର ଜିଲାକୁ ସମ୍ମାନ ସହିତ ନିଆଯାଇଛି ।
ତେବେ ଘଟଣା ପରେ ଆର୍ପିଏଫ ଡିଆଇଜି, ଚକ୍ରଧରପୁର ଡିଭିଜନ ବରିÂ ଅଧିକାରୀ, ଡାଙ୍ଗୁଆପଶି ଏଆରଏମଙ୍କ ସହ ରେଳବାଇର ଅନ୍ୟ ବରିÂ ଅଧିକାରୀ ଓ ରେଳବାଇ ସୁରକ୍ଷା ବଳ ବାଂଶପାଣି ରେଳ ଷ୍ଟେସନରେ ପହଞ୍ଚି ସ୍ଥିତି ପରଖିଥିଲେ । ଏନେଇ ରେଳବାଇ ପୁଲିସ ପକ୍ଷରୁ ଯୋଡା ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଆଧାର କରି ପୁଲିସ ବସ୍ତି ଗୁଡିକରେ ରାତିଅଧିଆ ଚଢଉ ଜାରି ରଖିଥିବା ବେଳେ ଶନିବାର ରାତିରେ ଚୀତା ଚାତାର ନାମକ ଜଣେ ମହିଳାଙ୍କୁ ଅଟକ ରଖି ପଚାରାଉଚରା କରିଥିଲା । ରବିବାର ଏ ନେଇ ବସ୍ତିର କିଛି ମହିଳା ଓ ପୁରଷ ଯୋଡା ଥାନାରେ ପହଞ୍ଚି ହଟ୍ଟଗୋଳ କରିଥିଲେ । ଏବେ ମଧ୍ୟ ବସ୍ତି ଗୁଡିକରେ ଗିରଫ ଭୟରେ କିଛି ଲୋକ ନିକଟସ୍ଥ ଜଙ୍ଗଲରେ ଲୁଚିଥିବାବେଳେ ଅନ୍ୟକତେକ ଫେରାର ଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons