ଚିଲିକାରେ ସମୀକ୍ଷା କଲେ ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚିଲିକାରେ ପରିବେଶ, ପର୍ଯ୍ୟଟନ, ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ଗୁରୁତ୍ୱ ଦେଇ ଯାହା ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି ତାକୁ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଶନିବାର ମନ୍ତ୍ରୀ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳ ପରିଦର୍ଶନ କରି ଉଭୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବରକୁଳସ୍ଥିତ ଆର୍ଦ୍ରଭୂମି ଗବେଷଣା ଓ ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁÂିତ ଏହି ସମୀକ୍ଷା ବୈଠକରେ ‘୫-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ବିଭାଗୀୟ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଯୋଜନାର ଅଗ୍ରଗତିରେ ହେଉଥିବା ଅସୁବିଧା ଓ ସମସ୍ୟା ସମ୍ପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମୀକ୍ଷା ବୈଠକ ପରେ ପୂର୍ବାହ୍ଣରେ ମନ୍ତ୍ରୀ ନଳବଣ ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଥିଲେ । ସେଠାରେ ପର୍ଯ୍ୟଟକଙ୍କ ପାଇଁ ରହିଥିବା ସୁବିଧାସୁଯୋଗ ଏବଂ ପକ୍ଷୀଙ୍କ ସୁରକ୍ଷା ଲାଗି କାର୍ଯ୍ୟକାରୀ ହେଉଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ । ଆଜିର ବୈଠକରେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ମନୋଜ ମହାପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଅତିରିକ୍ତ ମୁଖ୍ୟ ପରିଚାଳନା ଅଧିକାରୀ ଖୁସୱନ୍ତ ସିଂଙ୍କ ସମେତ ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons