ଚୋରି ଅଭିଯୋଗରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ

Get real time updates directly on you device, subscribe now.

ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ବିଦୁ୍ୟତ୍ ଖୁଣ୍ଟରେ ବାନ୍ଧିଛନ୍ତି ଗାଁଲୋକେ । ପରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ଥାନାକୁ ଆଣି ଅଟକ ରଖିଛି । ଉକ୍ତ ଯୁବକଙ୍କ ନାଁ ଭରତ ରାଜୁ (୪୦) । ଏ ସଂପର୍କରେ ଟାଉନ୍ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।
ମିଳିଥିବା ସୂଚନାଅନୁଯାୟୀ, ଆଜି ଅପରାହ୍ନରେ ରାଜୁଙ୍କୁ ଧରିଥିଲେ ନୀଳକଣ୍ଠ ନଗର ବାସିନ୍ଦା । ଚୋରି କରୁଥିବା କହି ବିଦୁ୍ୟତ୍ଖୁଣ୍ଟରେ ବାନ୍ଧିଥିଲେ । ରାଜୁଙ୍କ ଘର ଆନ୍ଧ୍ର ଶ୍ରୀକାକୁଲମ୍ ବସ୍ଷ୍ଟାଣ୍ଡ ନିକଟରେ ବୋଲି ଜଣାପଡ଼ିଛି । ତାଙ୍କର ମାନସିକ ବିକୃତି ଥିବା କୁହାଯାଉଛି । ଲିଖିତ ଅଭିଯୋଗ ହୋଇ ନଥିବାରୁ ପୁଲିସ ତାଙ୍କୁ ଗିରଫ କରିନି । ସୂଚନାଥାଉକି, ରାଜୁ ଲୁହା, ଟିଣ ଡବା ଓ ଡକୁ ଇତ୍ୟାଦି ସଂଗ୍ରହ କରି ବିକ୍ରି କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons