ଛତିଶଗଡ଼ି ମାଓବାଦୀ ରାହୁଲଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ବୁ୍ୟରୋ): କନ୍ଧମାଳ ଜିଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ଛତିଶଗଡ଼ି ମାଓବାଦୀ । ସେ ହେଲେ ରାହୁଲ ମୁସାକି ଓରଫ ପିଣ୍ଟୁ । ରାହୁଲଙ୍କ ନିଜ ଘର ଛତିଶଗଡ ସୁକୁମା ଜିଲା କାନ୍ତା ଥାନା ଅନ୍ତର୍ଗତ ଜେଗ୍ରଗୁଣ୍ଡା ପଞ୍ଚାୟତ ତଲତ ଗ୍ରାମ । ୨୪ ବର୍ଷୀୟ ରାହୁଲ ଅଷ୍ଟମ ଶ୍ରେଣୀ ପଢିଛନ୍ତି । ମାଓବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ସେ ୨୦୧୫ ମସିହାରେ ଲାଲ ବାହିନୀରେ ଯୋଗ ଦେଇ ବଂଶଧାରା-ଘୁମୁସର-ନାଗାବାଳୀ ଡିଭିଜନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ପରେ ୨୦୧୭ ମସିହାରୁ ଓଡ଼ିଶା କ୍ୟାଡ଼ରକୁ ଆସି କେକେବିଏନ ଡିଭିଜନ୍ରେ ସାମିଲ ହୋଇ କନ୍ଧମାଳ ଜିଲାରେ କାମ କରୁଥିବା ପୁଲିସ କହିଛି । ମାଓ ନେତା ଶିବାଜୀର ନେତୃତ୍ୱରେ ସେ କାମ କରୁଥିଲେ । କନ୍ଧମାଳ ଜିଲାରେ ଘଟିଥିବା ବିଭିନ୍ନ ମାଓବାଦୀ ହମ୍ଲା ଘଟଣାରେ ତାଙ୍କର ସଂପୃକ୍ତି ଥିବା ଅନୁମାନ କରୁଛି ପୁଲିସ । ଆଜି କନ୍ଧମାଳ ଜିଲା ଆରକ୍ଷୀ ଅଧୀକ୍ଷକ ଡ. ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ରାହୁଲ ।
ମାଓବାଦୀଙ୍କ କାର୍ଯ୍ୟକଳାପକୁ ଜନ ବିରୋଧୀ ବୋଲି ଆତ୍ମସମର୍ପଣ କରିବା ଅବସରରେ କହିଛନ୍ତି ରାହୁଲ । ସେମାନେ ବିକାଶକୁ ବିରୋଧ କରିବା ସହ ନିଜ ସ୍ୱାର୍ଥ ପାଇଁ ନିରୀହ ଆଦିବାସୀଙ୍କୁ ବ୍ୟବହାର କରୁଛନ୍ତି । ପୁଲିସ ଇନଫର୍ମର କହି ସେମାନଙ୍କୁ ଅକାରଣରେ ହତ୍ୟା କରୁଛନ୍ତି । ମାଓ ସଂଗଠନର ଏଭଳି କାର୍ଯ୍ୟ ପ୍ରତି ବିମୁଖ ହୋଇ ଲାଲବାହିନୀ ତ୍ୟାଗ କରିଥିବା ସେ କହିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଓ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସୁଥିବା ମାଓବାଦୀଙ୍କ ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜରେ ଆକର୍ଷିତ ହୋଇ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ସରକାରଙ୍କ ଯୋଜନା ଅନୁଯାୟୀ, ତାଙ୍କୁ ଶିକ୍ଷାର ସୁବିଧା ସହ ଘର ଓ ଧନ୍ଦାମୂଳକ ତାଲିମ ବ୍ୟବସ୍ଥା ଏବଂ ଆର୍ଥିକ ସହାୟତା ଦିଆଯିବ ବୋଲି କରିଛନ୍ତି କନ୍ଧମାଳ ଏସ୍ପି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୁଲିସ ମହାନିର୍ଦ୍ଧଶେକଙ୍କ ଆହ୍ୱାନ କ୍ରମେ ମାଓବାଦୀଙ୍କୁ ହିଂସା ରାସ୍ତା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍ପି ବିନୀତ ଅଗୱାଲ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons