ଛତ୍ରପୁର: କିଛିଦିନର ନିରବତା ପରେ ଛତ୍ରପୁର ସହରରେ ପୁଣି ମାତିଲେ ଚେନ ଲୁଟେରା । ସ୍ପଷ୍ଟ ଦିବାଲୋକରେ ବାଇକରେ କିଛି ଦୁର୍ବୃତ୍ତ ଆସି ଆଖି ପିଛୁଳାରେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍ ଝାମ୍ପି ନେଲେ ଲୁଟେରା । ଛତ୍ରପୁର ଥାନା ଅଧୀନ ବ୍ୟାରେକ ସାହି ଗଣେଶ ମନ୍ଦିର ନିକଟରେ ଘଟିଛି ଏହି ଲୁଟ୍ ଘଟଣା । ଆଉ ଲୁଟର ଶିକାର ହୋଇଛନ୍ତି ରାମକୃଷ୍ଣ ନଗରର ପିଙ୍କି କୁମାରୀ ସାହୁ କ୍ଷ
ସୂଚନା ଅନୁଯାୟୀ ପିଙ୍କି ତାଙ୍କ ପୁଅ ଓ ଝିଅଙ୍କ ସହ ଏକ ଭୋଜି ଖାଇବାକୁ ଚାଲି ଚାଲି ଯାଉଥିବା ବେଳେ ବ୍ୟାରେକ ସାହି ଗଣେଶ ମନ୍ଦିର ନିକଟରେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ପିଙ୍କିଙ୍କ ବେକରୁ ସୁନା ହାର ଓ ଚେନ ଝାମ୍ପି ଫେରାର ହୋଇଯାଇଥିଲେ । ସୁନା ହାର ପାଖାପାଖି ତିନି ତୋଳା ହୋଇଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ଘଟଣାର ଖବର ପାଇଁ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଂଜନ ପ୍ରଧାନ ଓ ସବଇନିସ୍ପପେକ୍ଟର ସିଲୁ ଧଳ ଘଟଣା ସ୍ଥଳରେ ପହଂଚି ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛନ୍ତି କ୍ଷ
Comments are closed, but trackbacks and pingbacks are open.