ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ମୃତ

Get real time updates directly on you device, subscribe now.

ଭଞ୍ଜନଗର,(ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କଠାରୁ): ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ (୩୯)ଙ୍କ ଗତ ରାତିରେ ପ୍ରବଳ ବାନ୍ତି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ହିମାଂଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅତ୍ୟନ୍ତ ରହସ୍ୟଜନକ ଭାବେ ତାଙ୍କର ମୃତୁ୍ୟ ଘଟିଛି । ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ସେ ବିଜେଡିର ଜଣେ ଛାମୁଆ ସଂଗଠକ ଭାବେ ପରିଚିତ ହିମାଂଶୁଙ୍କ ମୃତୁ୍ୟରେ ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି । କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତୁ୍ୟ ହୋଇଛି ଏନେଇ ଚର୍ଚ୍ଚା ହେବାରେ ଲାଗିଛି ।
ଶୁକ୍ରବାର ଜଗନ୍ନାଥପ୍ରସାଦ ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନଙ୍କ ଏକାଦଶାହ କାର୍ଯ୍ୟକ୍ରମ ରହିଥିଲା । ବ୍ଲକର ହଜାର ହଜାର ଦଳୀୟ କର୍ମୀଙ୍କ ସମେତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଓ ଭୋଜି ସଭାର ଆୟୋଜନ ଯେପରି ସୁରୁଖୁରୁରେ ହୋଇପାରିବ ତାର ଗୁରୁ ଦାୟିତ୍ୱ ହିମାଂଶୁ ବାରିକଙ୍କ ଉପରେ ନ୍ୟସ୍ତ ଥିଲା । ଏନେଇ ସେ ଗୁରୁବାର ସେ ଜଗନ୍ନାଥପ୍ରସାଦ କଲେଜ ପରିସରରେ ବିଳମ୍ବିତ ରାତି ଯାଏଁ ରହି ଏହାର ତଦାରଖ କରିଥିଲେ । ସେଠାରୁ ଫେରି ଗଣ୍ଡାଧାରରେ ଆୟୋଜିତ ଏକ ଦଣ୍ଡଯାତ୍ରାରେ ପ୍ରସାଦ ସେବନ କରି ଘରେ ପହଞ୍ଚିଥିଲେ । ରାତିରେ ଘରେ ଶୋଇଥିବାବେଳେ ତାଙ୍କର ପ୍ରବଳ ବାନ୍ତି ହୋଇଥିଲା । ଗୁରୁତର ଅବସ୍ଥାରେ ହିମାଂଶୁଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ବେଲଗୁଣ୍ଠା ଥାନାରେ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ କହିଛନ୍ତି । ପରିବାର ଲୋକ ଖାଦ୍ୟ ବିଷକ୍ରିୟା କାରଣରୁ ମୃତୁ୍ୟ ଘଟିଥିବା ସନେ୍ଦହ କରୁଛନ୍ତି । ଅନ୍ୟପକ୍ଷରେ ଏଭଳି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏହାର ଆବଶ୍ୟକତା ରହିଛିବୋଲି ବରଗାଁ ସରପଞ୍ଚ ଉମାଶଙ୍କର ବାରିକ କହିଛନ୍ତି ।
ସୂଚନାଯୋଗ୍ୟଯେ ହିମାଂଶୁ ବାରିକଙ୍କ ମାଆ ସନ୍ତୋଷିନୀ ବାରିକ ୨୦୧୨-୧୭ ଯାଏଁ ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷାଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୭ରୁ ୨୦୨୨ ଯାଏଁ ହିମାଂଶୁ ଶେଖର ବାରିକ ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରହିଥିଲେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିମାଂଶୁଙ୍କ ପନôୀ ଜୟଶ୍ରୀ ବ୍ଲକ ଅଧ୍ୟକ୍ଷାଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେ ଯୁବ ନେତା ସାଙ୍ଗକୁ ଜଣେ ଆଇନଜୀବୀଭାବେ ପରିଚିତ । ଭଞ୍ଜନଗର ଓକିଲ ସଂଘର ଜଣେ ସକ୍ରୀୟ ସଦସ୍ୟ ମଧ୍ୟ ରହିଥିଲେ । ତାଙ୍କ ମୃତୁ୍ୟ ଖବର ଜଣାପଡ଼ିବା ପରେ ଶୋକର ଛାୟା ଖେଳିଯାଇଛି । ଆଜି ଜଗନ୍ନାଥପ୍ରସାଦ ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନଙ୍କ ଏକାଦଶାହ ଭୋଜିସଭାକୁ ବାତିଲ କରି ଦିଆଯାଇଛି । ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବରଗାଁରେ ପହଞ୍ଚିଥିଲେ । ଶବଧାରରେ ପୁଷ୍ପଗୁଚ୍ଛ ଅର୍ପଣ କରିବାପରେ ହିମାଂଶୁଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମଶାନରେ ଅନ୍ତିମ ସ+ାର କରାଯାଇଛି । ଜଣେ ଯୁବନେତାଙ୍କ ଏଭଳି ଆକସ୍ମିକ ମୃତୁ୍ୟକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ହିମାଂଶୁଙ୍କ ମୃତୁ୍ୟର ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons