ଜଗନ ଏଭଳି କାମ କରିପାରିବନି

Get real time updates directly on you device, subscribe now.

ବେଗୁନିଆ, (ବି.ବି.ନୁ୍ୟଜ): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ ମହାପାତ୍ର(୩୨)ଙ୍କୁ ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରୁ ମଙ୍ଗଳବାର ରାତିରେ ପୁରୀ ଓ ବେଗୁନିଆ ପୁଲିସ୍ର ମିଳିତ ଟିମ୍ ଗିରଫ କରିଛି । ରୋଷଘର ଚୁଲି ଭଙ୍ଗା ଦିନର ସିସିଟିଭି ଫୁଟେଜ୍ ଆଧାରରେ ଜଗନଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଥିବା କୁହାଯାଉଛି । ତେବେ ଜଗନ ଗିରଫ ହେବା ପରେ ଦେଉଳି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଛନ୍ତି । ଗ୍ରାମର ଜଣେ ଶୃଙ୍ଖଳିତ ପିଲା ଭାବେ ଜଣାଶୁଣା ଜଗନ ଯେ ଏପରି କାମ କରିଥିବ ତାକୁ ସହଜରେ ଗ୍ରାମବାସୀ ବିଶ୍ୱାସ କରିପାରୁ ନାହାନ୍ତି ।
ଅଭିଯୁକ୍ତ ଜଗନଙ୍କର ପରିବାର ଲୋକ ଓ ଗ୍ରାମବାସୀଙ୍କ କହିବା କଥା, ସେ ନୟାଗଡ଼ ଜିଲ୍ଲା ସୁନାଖଳା ଟାଟା ପାୱାର କମ୍ପାନିରେ ଲାଇନମ୍ୟାନ୍ ଭାବେ କାମ କରନ୍ତି । ସେ ଜଣେ ଧର୍ମବିଶ୍ୱାସୀ ହୋଇଥିବା ବେଳେ କାମରୁ ଫୁରସତ୍ ମିଳିଲେ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଚଳିତ ବର୍ଷ ୪ଥର ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଖାଲି ସେତିକି ନୁହେଁ, ବରଂ ବହୁବାର ନୟାଗଡ଼ ରଣପୁରସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିଛନ୍ତି । ସୋମବାର ଓ ଶନିବାର ନିୟମିତ କାର୍ଯ୍ୟ ସାରିବା ପରେ ଗ୍ରାମ ଏବଂ ପଡେ଼ାଶୀ ଗ୍ରାମରେ ଥିବା ମନ୍ଦିରକୁ ଯାଇ ସେଠାରେ ଠାକୁରଙ୍କ ପୂଜା କରନ୍ତି । ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର ଉନ୍ନୟନରେ ସହଯୋଗ କରିବା ସହିତ ଅଧିକାଂଶ ସମୟ ମନ୍ଦିର ସଫାସୁତରା କାମରେ ନିଜକୁ ନିୟୋଜିତ କରିଥାନ୍ତି । କିନ୍ତୁ ଆଉ କେତେକ ଗ୍ରାମବାସୀ ଜଗନ କୌଣସି ମନ୍ଦିର ଅଳିଆ ଆବର୍ଜନା ଏବଂ ବ୍ୟତିକ୍ରମକୁ ସହଜରେ ସହିପାରୁନଥିବା କହିଛନ୍ତି । ତେଣୁ ରୋଷଘରର କୌଣସି ବିଭ୍ରାଟ ଦେଖିବା ପରେ କ୍ରୋଧରେ ଏମିତି କାଣ୍ଡ ହୁଏତ କରିଥିବ ବୋଲି ସନେ୍ଦହ ପ୍ରକାଶ କରିଛନ୍ତି । ରୋଷଘରର କୌଣସି ଅସଙ୍ଗତି ନଚେତ ବିଭ୍ରାଟ ଦେଖିବା ଘଟଣା ଜଗନକୁ ବ୍ୟଥିତ କରିବା ପରେ ସେ ଚୁଲି ଭାଙ୍ଗିଥାଇ ପାରନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଆଉ କେତେକ ଗ୍ରାମବାସୀଙ୍କ କହିବା କଥା ଘଟଣା ଦିନ ଜଗନ ଶ୍ରୀମନ୍ଦିରରେ ଦୁଇ ଘଣ୍ଟା ଥିବା ପୁରୀ ପୁଲିସ କହୁଛି । କିନ୍ତୁ ଶ୍ରୀମନ୍ଦିର ସୁରକ୍ଷାରେ ଥିବା ପୁଲିସ କେମତି ଜାଣିପାରିଲାନି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଜଗନ କେମିତି ରୋଷଘରକୁ ଗଲା ଏବଂ ମନ୍ଦିରରେ ଦୁଇ ଘଣ୍ଟା ଅତିବାହିତ କଲା ତାକୁ ନେଇ ଆଶ୍ଚର୍ଯ୍ୟ ହେବା ସହିତ ଘଟଣା ପଛରେ ଜଗନଙ୍କ ସମ୍ପୃକ୍ତି କଥାକୁ ବିଶ୍ୱାସ କରିପାରୁନଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons