ଜଙ୍ଗଲ ଜମିକୁ ନେଇ ସୀମାରେ ହାତାହାତି ମାମଲା:ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ କଲେ

Get real time updates directly on you device, subscribe now.

ପଟ୍ଟାଙ୍ଗି,(ବି.ବି.ନୁ୍ୟଜ): ଓଡିଶାର ଜଙ୍ଗଲ ଜମିକୁ ନେଇ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ବିବାଦର ତଦନ୍ତ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ସମେତ ପଟ୍ଟାଙ୍ଗି ତହସିଲର ସୁପରଭାଇଜର ଗୋଲକ ବିହାରୀ ପରିଡ଼ା , ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା, ସରପଞ୍ଚ କିଶୋର ଚନ୍ଦ୍ର ଖରା ପ୍ରମୁଖ ପହଞ୍ଚି ଯେଉଁ ଜଙ୍ଗଲ ଜମିକୁ ନେଇ ଗଣ୍ଡଗୋଳ ହୋଇଥିଲା, ମ୍ୟାପ୍ ମାଧ୍ୟମରେ ତାହାର ତଦନ୍ତ କରିଥିଲେ । ପରେ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରିଥିଲେ । ବୈଠକରେ ଉପସ୍ଥିତ ଗ୍ରାମବାସୀଙ୍କୁ ଆନ୍ଧ୍ର ସୀମା ଭିତରେ ପ୍ରବେଶ ନକରି ନିଜ ଅଞ୍ଚଳରେ ରହି ଚାଷ କରିବା କୁ ବୁଝାଇଥିଲେ ।
ସୂଚନାଥାଉକି, ୨୦୨୦ ନଭେମ୍ବର ମାସରେ ଓଡ଼ିଶାର ଜାମୁଗୁଡା, ନୂଆଗୁଡ଼ା ଓ ସୁନାବେଡା ପ୍ରମୁଖ ୩ଟି ଗାଁର ଗ୍ରାମବାସୀ ଓ ଆନ୍ଧ୍ରର ଡେକାପାର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ବିବାଦ ଉପୁଜିଥିଲା । ସେତେବେଳେ ସମସ୍ତ ସର୍ଭେ ରିପୋର୍ଟ ଧରି ତକ୍ରାଳୀନ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାର ସମାଧାନ କରିଥିଲେ । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା ହୋଇଥିଲା । କିନ୍ତୁ ଏହାକୁ ନମାନି ପୁଣି ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ।
ସୂଚନାଥାଉକି, ଗତ ୨୮ ତାରିଖରେ ଆନ୍ଧ୍ର ଡେକାପାର ଗାଁ ଏବଂ ଓଡ଼ିଶା ସୁନାବେଡ଼ା ଗାଁର କେତେକ ଲୋକଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁନାବେଡା ଗାଁର ଜଣେ ଆହତ ହୋଇଥିଲେ । ଏହାକୁ ନେଇ ପଟ୍ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହାପରେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ସମାଧାନ ଦିଗରେ ଉଦ୍ୟମ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons