ଜଙ୍ଗଲ ଜମି ବିବାଦ :ତହସିଲ ଦ୍ୱାରସ୍ଥ ହେଲେ ଲୋକେ

Get real time updates directly on you device, subscribe now.

କୋଷାଗୁମୁଡା,(ବି.ବି.ନୁ୍ୟଜ): ବଡଆମ୍ବଡା ପଞ୍ଚାୟତରେ ଜଙ୍ଗଲ ଜମିକୁ ନେଇ ଦେଖାଦେଇଥିବା ବିବାଦ ଘନେଇବାରେ ଲାଗିଛି । ଏହାକୁ ନେଇ ସୋମବାର ଉମରଗାଁର ଶତାଧିକ ଲୋକ କୋଡିଙ୍ଗା ତହସିଲ ଦ୍ୱାରସ୍ଥ ହୋଇଛନ୍ତି । ସମସ୍ୟାର ତ୍ୱରିତ ସମାଧାନ କରିବାକୁ ତହସିଲଦାର ଶିବପ୍ରସାଦ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ଅନୁସାରେ, ତହସିଲ ଅଧୀନ ବଡଆମ୍ବଡା ରାଜସ୍ୱ ସର୍କଲର ପ୍ଲଟ ନମ୍ବର-୧୦୧୮ ।୧, ୧୦୧୮ ।୨, ୧୦୩୧ ।୧, ୧୦୩୬ ।୧, ୧୦୪୧ ।୧, ୧୦୪୨, ୧୦୪୩, ୧୦୪୪, ୧୦୪୪ ।୧, ୧୦୪୭, ୧୦୪୮, ୧୦୪୯ ଓ ୭୭୦ ରେ ଝାଡିଜଙ୍ଗଲ, ପତ୍ରାଜଙ୍ଗଲ ଓ ଗ୍ରାମ୍ୟଜଙ୍ଗଲ ଜମି କିସମ ରହିଛି । ଜମିକୁ ଗ୍ରାମବାସୀ ସୁରକ୍ଷା ଦେବାସହ ସାମୂହିକ ଭାବେ ନିର୍ଭର କରି ଗାଁର ଉନ୍ନୟନ କାମ କରି ଆସୁଥିଲେ । ୨୦୦୯ ଜଙ୍ଗଲ ଅଧିକାର ଆଇନ ବଳରେ ଲୋକଙ୍କୁ ଅନ୍ଧାରରେ ରଖି ଗାଁର ଶୋଭାସିଂ ମାଝି ନିଜକୁ ଗ୍ରାମ୍ୟ ଜଙ୍ଗଲ କମିଟି ସଭାପତି ଦର୍ଶାଇ ଅସାଧୁ ଉପାୟରେ ଉକ୍ତ ଜମିର ପ;ା ପାଇଁ ଆବେଦନ କରିଛନ୍ତି । ଜମିର ପ;ା ପାଇଥିବା ଲୋକ କିମ୍ବା ସେମାନଙ୍କ ପରିବାର ଲୋକେ ଚାଷ ଅବା ଭାଗଚାଷ କରୁ ନଥିବାବେଳେ ଗାଁର କେତେଜଣ ଅସାଧୁ ବ୍ୟକ୍ତିଙ୍କ ପ୍ରରୋଚନାରେ ଜମି ରାସ୍ତାକୁ ଅବରୋଧ କରୁଛନ୍ତି । ଏହାର ତଦନ୍ତ କରି ପ;ା ରଦ୍ଧ କରିବାକୁ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons