ଜନଔଷଧି କେନ୍ଦ୍ର ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବ୍ରହ୍ମପୁର ଉକôଳ ସିନେମା ହଲ୍ ଛକଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅନୁÂିତ ହୋଇଛି । ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପ;ାନାୟକ, ସମ୍ମାନିତ ଅତିଥି ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଯୋଗ ଦେଇଛନ୍ତି । ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁÂିତ ହୋଇଛି । ୭୫ ବର୍ଷରୁ ଉଦ୍ଧ୍ୱର୍ ପ୍ରାୟ ୨୫୦ ଲୋକଙ୍କୁ ମାଗଣା ଡାଇବେଟିସ୍, ରକ୍ତଚାପ ପରୀକ୍ଷା କରାଯିବା ସହିତ ଫାଷ୍ଟଏଡ୍ କିଟ୍ ବଣ୍ଟନ କରାଯାଇଛି । ଏହାପରେ କମଳାବାରି ସାହି ସ୍ଥିତ ଜିପିସିଡିଏ କାର୍ଯ୍ୟାଳୟ ଠାରେ ଜନଔଷଧି ପରିଚର୍ଚ୍ଚା କାର୍ଯ୍ୟକ୍ରମ ଅନୁÂିତ ହୋଇଛି । ଜନଔଷଧି କେନ୍ଦ୍ରର ଔଷଧ ଲୋକଙ୍କ ପାଇଁ କେତେ ଲାଭଦାୟକ ତାହା ନେଇ ଆଲୋଚନା କରାଯାଇଥିଲା । ଗ୍ରାମାଞ୍ଚଳରେ ଜନଔଷଧି କେନ୍ଦ୍ର ବହୁ ସଂଖ୍ୟାରେ ଖୋଲିବା ନେଇ ଅତିଥିମାନେ ଆଲୋଚନା କରିଛନ୍ତି । ଜିପିସିଡିଏ ସଭାପତି ବିଷ୍ଣୁ ପଣ୍ଡା, ଓଡ଼ିଶା ଜନ ଔଷଧି ମାର୍କେଟିଂ ଅଫିସର ସ୍ୱରୁପ ପଣ୍ଡା, ଜନ ଔଷଧି କେନ୍ଦ୍ର ମାଲିକ ବ୍ୟୋମକେଶ ମେକାପ, ଡ. ରାମହରି ଖଣ୍ଡୁଆଳ, ସମ୍ପାଦକ ସତ୍ୟ ନାରାୟଣଙ୍କ ସମେତ ଅନ୍ୟାନ୍ୟ ଫାର୍ମାସିଷ୍ଟ ଉପସ୍ଥିତ ଥିଲେ । ସେହିଭଳି ଲୋଚାପଡ଼ାସ୍ଥିତ ରଘୁନାଥ ମନ୍ଦିର ସମ୍ମୁଖରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅନୁÂିତ ହୋଇଛି । ଅତିଥି ଭାବେ ଜିଲ୍ଲା ବିଜେପି ପୂର୍ବତନ ସଭାପତି ବିଜୟ କୁମାର ସ୍ୱାଇଁ, ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଓଡ଼ିଶା ଜନ ଔଷଧି ରେଜିଓନାଲ ମାର୍କେଟିଂ ଅଫିସର ସ୍ୱରୁପ ପଣ୍ଡା, ଜନ ଔଷଧି ଜିଲ୍ଲା ସଞ୍ଚାଳକ ପ୍ରଶାନ୍ତ କୁମାର ମହାପାତ୍ର, ଡ. ଦୀପାଲି ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁÂିତ ହୋଇଛି । ପ୍ରାୟ ୭୦ ରୁ ଉଦ୍ଧ୍ୱର୍ ଜଣ ବରିÂ ନାଗରିକ ଲୋକଙ୍କୁ ମାଗଣା ଡାଇବେଟିସି, ରକ୍ତଚାପ ପରିକ୍ଷା କରାଯିବା ସହିତ ମାଗଣାରେ ଫାଷ୍ଟଏଇଡ୍ କିଟ୍ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଛି । ପୁରୁଷୋତ୍ତମ ସାହୁ, ଉମା ଶଙ୍କର ସାହୁ, ତାପସ କୁମାର ସାହୁ, ସତ୍ୟ ସେଠୀ ପ୍ରମୁଖ ଅଞ୍ଚଳବାସୀ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons