ଜନଶୁଣାଣିକୁ ଜନ ସମର୍ଥନ

Get real time updates directly on you device, subscribe now.

ବନ୍ଧୁଗାଁ,(ଗଗନ ଗନ୍ତାୟତଙ୍କଠାରୁ): ସଦର ବ୍ଲକ୍ ଜାଗୁଗୁଡ଼ା ପଞ୍ଚାୟତ କୁନ୍ତେଶରେ ହେବ ସୁନ୍ଦର ପଥର(ଡେକୋରେଟିଭ୍)ପଥର ଖନନ । ଖନନ ପାଇଁ ଲିଜ ଅଞ୍ଚଳ ରହିଛି ୩୩.୮୬ ଏକର । ଆଜି ବନ୍ଧୁଗାଁ ବ୍ଲକ୍ କୁମ୍ଭାରୀପୁଟ ପଞ୍ଚାୟତ ମଡ଼ାପଦର ଗାଁରେ ପ୍ରଶାସନ ଉପସ୍ଥିତିରେ ମେସର୍ସ କୁନ୍ତେଶ ଡେକୋରେଟିଭ୍ ସଂସ୍ଥା ତରଫରୁ ଜନଶୁଣାଣି ଅନୁÂିତ ହୋଇଯାଇଛି । ଆଖପାଖ ୯ ଖଣ୍ଡ ଗାଁର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଖଣି ଖନନ ବେଳେ ପରିବେଶ ପ୍ରଦୂଷଣ ରୋକିବା, ବୃକ୍ଷରୋପଣ ଏବଂ ସ୍ଥାନୀୟ ଅଞ୍ଚଳର ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ ବୋଲି ସଂସ୍ଥା ତରଫରୁ ପ୍ରତିଶ୍ରୁତି ଦିଆଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପ୍ରଦୂଷଣ ବିଭାଗ ଅଧିକାରୀ ରାଜ ଗେଦେଲି, ଯନ୍ତ୍ରୀ ପ୍ରଶାନ୍ତ କର, ଏଡିଏମ୍ ରାଜେନ୍ଦ୍ର କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖଣି ଖନନ ପାଇଁ ୩୩.୮୬ ଏକର ଜମି ଆବଶ୍ୟକ । ଏହା ରାୟଗଡ଼ା ନିକଟ ଜେମାଦେଇପେଣ୍ଠ ରେଳ ଷ୍ଟେସନରୁ ୧୪ କିମି ଦୂର । ଖଣି ଲାଗି ୨୫ଜଣ ଶ୍ରମିକ ଆବଶ୍ୟକ ଥିବା ବେଳେ ଏଥିରୁ ବାର୍ଷିକ ୧୨ ହଜାର ଘନମିଟର ପଥର, ୨୪୦୦ ଘନମିଟର ଡେକୋରେଟିଭ୍ ପଥର ଏବଂ ୬୦୦ ଘନମିଟର ଖଣ୍ଡା ପଥର ଉତ୍ତୋଳନ କରାଯିବ । ଖନନ ସ୍ଥାନରୁ ବନ୍ଧୁଗାଁର ଦୂରତା ହେଉଛି ୯ କିମି । ଅନ୍ୟପକ୍ଷେ ଏହି ଜନଶୁଣାଣିକୁ ବିରୋଧ କରିଥିଲେ କୁମ୍ଭାରୀପୁଟର ଅଶୋକ ପଣ୍ଡା । ସେ କହିଛନ୍ତି, ଏହାଦ୍ୱାରା ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢିବ । ବ୍ଲକ୍ ବିଜେଡି ସଭାପତି, କଂଗ୍ରେସ ବ୍ଲକ୍ ସଭାପତି ଡି.ଏଙ୍କାଟି ଖଣି ଖନନକୁ ସ୍ୱାଗତ କରିଛନ୍ତି । ଉଭୟ କହଛନ୍ତି, ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ନିଯୁକ୍ତି ପାଇପାରିବେ । ପଥର କଟାଯିବା ପରେ ପଡେ଼ାଶୀ ରାଜ୍ୟ ସହ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇପାରିବ । ଅନୁରୂପ ଭାବେ ଜାଗୁଗୁଡା ସରପଞ୍ଚ ତେଞ୍ଚି ହୁଇକା ମଧ୍ୟ ଖଣିଖନନକୁ ସ୍ୱାଗତ କରିଥିଲେ । ଆଖପାଖ ୯ ଖଣ୍ଡ ଗାଁ ଲୋକଙ୍କ ସମର୍ଥନ ରହିଥିବା ସେ କହିଛନ୍ତି । ଜନଶୁଣାଣିରେ ଏସ୍ଡିପିଓ ଅଶ୍ୱିନୀକୁମାର ନାୟକ, ଓଆଇସି ସବ୍ୟସାଚୀ ଶତପଥୀ, ବିଡିଓ ଆକାଶ ପ;ନାୟକ, ତହସିଲଦାର ଭବାନୀଶଙ୍କର ମିଶ୍ର, ଆଇଆର୍ବି ଫୋର୍ସ, ପୁଲିସ୍, ଗୁଇନ୍ଦା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons