ଜଳଛତ୍ରରୁ ପାଣି ପିଇ ୩ ଅସୁସ୍ଥ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ଆପ୍ର): ଜଳଛତ୍ରରୁ ପାଣିପିଇ ଏଠାରେ ଜଣେ ନାବାଳିକା ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି । ଏମାନେ ହେଲେ ଏମପିଭି-୪୯ ଗାଁର ବିଶାଖା ଗାଲଦାର(୧୩), ଦେବବ୍ରତ କାଏଲ(୨୪) ଏବଂ ଏମଭି-୧୧୬ ଗାଁର ତୁଷାର ମଣ୍ଡଳ(୨୨) । ଦୁଇଜଣଙ୍କ ଅବସ୍ଥା ଗମ୍ଭୀର ଥିବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।
ଶିମିଳିବା‚ା ପଞ୍ଚାୟତ ଏମପିଭି-୪୯ ଗାଁରେ ଗତ ବୁଧବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି । କେହି ଦୁର୍ବୃତ୍ତ ପାଣି ହାଣ୍ଡିରେ କୌଣସି କୀଟନାଶକ ମିଶାଇ ଦେଇଥିବା କୁହାଯାଉଛି । ପାଣିକୁ ପୁଲିସ ଜବତ କରିବା ସହ ପରୀକ୍ଷା ପାଇଁ ନମୁନା ଭୁବନେଶ୍ୱର ପଠାଯିବ ବୋଲି କହିଛି । ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଏମପିଭି-୪୯ ଗାଁ ମୁଖ୍ୟ ଛକରେ ଏକ ସପ୍ତାହ ତଳେ ଜଳଛତ୍ର ଖୋଲାଯାଇଥିଲା । ଏକ ଗଛମୂଳରେ ମାଠିଆ ରଖି ସେଥିରେ ପାଣ ରଖାଯାଇଥିଲା । ସନ୍ଧ୍ୟାରାଣୀ ମଣ୍ଡଳ ନାମକ ମହିଳା ଏହାର ପରିଚାଳନା ଦାୟିତ୍ୱରେ ଥିଲେ । ଘଟଣାଦିନ ଅପରାହ୍ଣ ୩ଟାରେ ସେ କୌଣସି କାମରେ ଘରକୁ ଯାଇଥିଲେ । ଏହି ସମୟରେ ଉକ୍ତ ୩ଜଣ ଏଠାକୁ ଆସି ପାଣି ପିଇଥିଲେ । କିଛି ସମୟ ପରେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ । ଖବର ପାଇ ଗାଁ ଲୋକେ ପହଞ୍ଚି
ସମସ୍ତ ଅସୁସ୍ଥଙ୍କୁ କାଲିମେଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ଲୋକେ ପାଣି ଯାଞ୍ଚ କରିଥିଲେ । ଏଥିରେ କିଛି ପଦାର୍ଥ ମିଶିଥିବା ଦେଖିଥିଲେ । ଯାହା କୀଟନାଶକ ବୋଲି କେତେଜଣ କହିଛନ୍ତି । ଖବର ପାଇ ପୁଲିସ ପହଞ୍ଚି ଥିଲା । ଏ ନେଇ ଏମଭି-୭୯ ଥାନାରେ ଏକ ମାମଲା(୩୬/୨୨) ରୁଜୁ ହୋଇଛି । ପାଣି ନମୁନା ଭୁବନେଶ୍ୱର ପଠାଯିବ ବୋଲି ଥାନା ଅଧିକାରୀ ଗଣେଶଚନ୍ଦ୍ର ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons