ଜଳଦ ତ୍ରିପାଠୀ ମୁଖ୍ୟ ସୂଚନା କମିଶନର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ତାମିନଲାଡ଼ୁର ପୂର୍ବତନ ପୁଲିସ୍ ଡିଜି ଜଳଦ କୁମାର ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିଶନର ହେବେ । ତାଙ୍କ ନାମରେ ମୋହର ବାଜିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ୍ ବୈଠକରେ ଶ୍ରୀ ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଭର୍ଚୁଆଲ୍ ମୋଡ୍ରେ ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ ଗତ ଜୁନ୍ ୩୦ରେ ତାମିଲନାଡ଼ୁ ଡିଜି ପଦରୁ ଅବସର ନେଇଛନ୍ତି । ପୂର୍ବରୁ ମଧ୍ୟ ସେ ଚେନ୍ନାଇ ପୁଲିସ୍ କମିଶନର ଭାବେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ଜାତୀୟ ସ୍ତରରେ ମଧ୍ୟ ସେ ଜଣେ ଦକ୍ଷ ପୁଲିସ୍ ଅଫିସର୍ ଭାବେ ବେଶ୍ ଜଣାଶୁଣା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons