ଜଳିଗଲା କେଶରୀ ମଲ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶୁକ୍ରବାର ରାତିରେ ମାର୍କେଟ୍ ବିଲଡିଂ ସ୍ଥିତ ବିଏମ୍ସି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪ଟି ଡ୍ରେସ ଦୋକାନ ଜଳିଯାଇଛି । ପାଖାପାଖି ୫ ଲକ୍ଷ ଟଙ୍କାର କପଡ଼ା ଓ ଡ୍ରେସ ପୋଡ଼ି ଯାଇଛି । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଅଗ୍ନିଶମ ବିଭାଗର ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିିବାକୁ ଚେÂା ଜାରି ରଖିଛନ୍ତି । ମଲର ଏସି ଚ୍ୟାମ୍ବରକୁ ନିଆଁ ବ୍ୟାପିଯିବା ଫଳରେ ସ୍ଥିତି ଅଣାୟତ୍ତ ରହିଥିବା ଜଣାପଡ଼ିଛି । ମଲ ସାରା ଧୂଆଁମୟ ହୋଇଯାଇଥିବାରୁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇପଡ଼ିଛି ।
ସୂଚନା ମୁତାବକ ରାତି ପ୍ରାୟ ୧୦ଟାରେ ବିଏମ୍ସି ମଲ୍ ଭିତରୁ ନିଆଁ ବାହାରୁଥିବା ପାଖରେ ଥିବା କିଛି ଉଠା ଦୋକାନୀ ଦେଖିଥିଲେ । ପ୍ରଥମେ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କଳ୍ପନା ଫାୟାର ଷ୍ଟେସନରୁ ଦୁଇଟି ଗାଡ଼ି ଆସି ପହଞ୍ଚିଥିଲା । ସେତେବେଳକୁ ମଲ ସାରା ଧୂଆଁ ବ୍ୟାପିଯାଇଥିଲା । ଅଗ୍ନିଶମ ବାହିନୀ ପ୍ରଥମେ ମଲ୍ର ତିନିପାଶ୍ୱର୍ ଗେଟ୍କୁ ଖୋଲି ଦେଇଥିଲେ । କର୍ମଚାରୀମାନେ ଭିତରେ ପଶି ଦେଖନ୍ତି ତ’ ମଲ୍ର ତଳ ମହଲାରେ ଥିବା ୟୁଥ୍ ଷ୍ଟେସନ ଏବଂ ଅଜୟ ଗାର୍ମେଣ୍ଟ ଭିତରୁ ବଡ଼ ବଡ଼ ନିଆଁ ହୁଳା ବାହାରୁଥିଲା ।
ସଙ୍ଗେ ସଙ୍ଗେ ସେମାନେ ଷ୍ଟୋର ଭିତରର ନିଆଁକୁ ଆୟତ୍ତ କରିଥିଲେ । ହେଲେ ମଲର ସେଣ୍ଟ୍ରାଲ ଏସି ଚ୍ୟାମ୍ବରକୁ ନିଆଁ ବ୍ୟାପିଯାଇଥିଲା । ତା’ପରେ ଅଗ୍ନିଶମ ବାହିନୀ ଏସି ଚ୍ୟାମ୍ବରର ଗୋଟିଏ ପାଶ୍ୱର୍କୁ ବାଧ୍ୟ ହୋଇ ଭାଙ୍ଗି ଦେଇଥିଲେ । ପରେ ତା ମଧ୍ୟକୁ ଫୋମ୍ ବ୍ୟବହାର କରି ନିଆଁ ଲିଭାଇବାକୁ ଚେÂା କରିଥିଲେ । ତେବେ ମଲ ସାରା ଧୂଆଁମୟ ହୋଇଯାଇଥିବାରୁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏହା ସହଜ ହୋଇନଥିଲା । ଭିତରେ ଥିବା ଅଗ୍ନିଶମ କର୍ମଚାରୀ ଅଣନିଶ୍ୱାସୀ ହୋଇପଡ଼ୁଥିଲେ । ପ୍ରାୟ ଅଧା ଘଣ୍ଟା ପରେ ନିଆଁ ଆୟତ୍ତକୁ ଆସିଥିଲା ।
ନିଆଁ ଲାଗିଥିବା ଖବର ଚାରିଆଡେ଼ ବ୍ୟାପିଯିବା ପରେ ମଲରେ ଦୋକାନ ଦେଇଥିବା ଅନ୍ୟ ବ୍ୟବସାୟୀମାନେ ଘଟଣାସ୍ଥଳକୁ ଆସି ଭିଡ଼ ଜମାଇଥିଲେ । କାଳେ ସେମାନଙ୍କ ଦୋକାନ କିଛି କ୍ଷତି ଘଟିବ ସେନେଇ ଚିନ୍ତିତ ରହିବା ସହ କିଛି ଦୋକାନୀ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ମାତ୍ର ସୁରକ୍ଷା ଦୃଷ୍ଟିରୁ କ୍ୟାପିଟାଲ ଥାନା ପୁଲିସ ସେମାନଙ୍କୁ ବାରଣ କରି ବାହାରେ ଜଗି ରହିଥିଲା । ୟୁଥ୍ ଷ୍ଟେସନର ମାଲିକ କଳ୍ପତରୁ ସ୍ୱାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମଲ୍ ଭିତରୁ ଦରପୋଡ଼ା ସାମଗ୍ରୀ ଓ କିଛି ବଞ୍ଚିଯାଇଥିବା ସାମଗ୍ରୀ ଉଦ୍ଧାର କରିବାରେ ଲାଗିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
ଅଗ୍ନିଶମ ବାହିନୀ ସୂଚନା ମୁତାବକ ମଲରେ ନିଆଁ ଲାଗିବାର କୌଣସି କାରଣ ଜଣାପଡିନାହିଁ । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଯେ ମଲରେ ଥିବା ସେଣ୍ଟ୍ରାଲ ଏସି ଚ୍ୟାମ୍ବରରୁ ହିଁ ନିଆଁ ବ୍ୟାପିଥାଇପାରେ । ଦୋକାନ ଭିତରେ ମଧ୍ୟ ସର୍ଟ ସର୍କିଟ ହୋଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons