ସମାଜ ସେବା ପାଇଁ ଗଜପତିର ଡ଼କ୍ଟର ଆଲୋକ କୁମାର ବୋଷ ଙ୍କୁ ସମ୍ମାନିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ର ସମାଜସେଵୀ ଡ଼କ୍ଟର ଆଲୋକ କୁମାର ବୋଷଙ୍କୁ ଭୂବନେଶ୍ୱରରେ ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ଇଣ୍ଡିୟାନ୍ ମିଡିଆ କଂଗ୍ରେସ୍ (ଆଇଏମ୍‌ସି) ଆନକୂଲ୍ୟରେ ବିଶ୍ଵ ପ୍ରେସ ସ୍ବାଧୀନତା ଦିବସ ପାଳିତ ହୋଇଯାଇଅଛି ।ଉକ୍ତ କାର୍ଯ୍ୟ କ୍ରମରେ ଗଜପତିର ସମାଜସେବୀ ଡ଼କ୍ଟର ଆଲୋକ କୁମାର ବୋଷଙ୍କୁ ଉପଢୌକନ ଓ ମାନପ‌ତ୍ର ପ୍ରଦାନ ପୂର୍ବକ ସମାଜସେବା ପାଇଁ ସମ୍ମାନିତ କରାଯାଇଅଛି । ମୂଖ୍ୟ ଉପଦେଷ୍ଟା ରଜନୀ ସାମନ୍ତରାୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ଯାଜପୁର ସାଂସଦ ଡକ୍ଟର ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ ମାଧ୍ୟମର ପ୍ରତିନିଧୁମାନଙ୍କ ଭୂମିକା, ଦାୟିତ୍ଵ ବୋଧ ଏବଂ ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମ୍ବାଦିକମାନ‌ଙ୍କ ସ୍ୱାଧୀନତା, ସୁରକ୍ଷା ଓ ଉନ୍ନତି ସମ୍ପର୍କରେ ଆଲୋଚନା ରଖୁଥିଲେ । ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଗୁରୁକଲ୍ୟାଣ ମହାପାତ୍ର ଓ ପ୍ରବକ୍ତା ରମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।ରଜନୀକାନ୍ତ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ଆଇଏମ୍‌ସିର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ । ହିମତ ଦୈନିକ ଖବର କାଗଜ ପ୍ରତିଷ୍ଠାତା ରଜନୀ ସାମନ୍ତରାୟ କହିଛନ୍ତି ଗଜପତିର ଡ଼କ୍ଟର ଆଲୋକ କୁମାର ବୋଷ ଙ୍କୁ ସମାଜ ସେବା ଓ ମାନବ ଅଧିକାର ବାର୍ତା ଘରେ ଘରେ ପହଂଚାଇବା ପାଇଁ ସମ୍ମାନିତ କରାଯାଉଅଛି । ଏହି ଉତ୍ସବରେ ୨୦୦ରୁ ଉର୍ଦ୍ଧ ଗଣମାଧ୍ଯମ ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଡ଼କ୍ଟର ଆଲୋକ କୁମାର ବୋଷ ଙ୍କୁ ସାମାଜିକ ସେବା ପାଇଁ ସମ୍ମାନିତ ହୋଇଥିବାରୁ ଗଜପତି ଜିଲ୍ଲାରେ ବୁଦ୍ଧିଜୀବି ମହଲରେ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons