ଜାତୀୟ ରାଜପଥରେ ଦୁର୍ଘଟଣା: ୨ମୃତ

Get real time updates directly on you device, subscribe now.

ରାଉରକେଲା,(ବି.ବି.ଆପ୍ର): ସୁନ୍ଦରଗଡ଼ ଜିଲ୍ଲାର ୧୪୩ ନମ୍ବର ଜାତୀୟ ରାଜପଥ ଓ ୧୦ ନମ୍ବର ରାଜ୍ୟ ରାଜପଥରେ ଆଜି ଦେଢ଼ ଘଣ୍ଟା ଅନ୍ତରରେ ଘଟିଛି ଦୁଇଟି ପୃଥକ ପୃଥକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଜଣେ ଡାକ କର୍ମଚାରୀଙ୍କ ମୃତୁ୍ୟ ଘଟିଥିବା ବେଳେ ରାସ୍ତା ମଝିରେ ଲାଗିଥିବା ଗଛରେ ପାଣି ମଡ଼ାଉଥିବା ବେଳେ ଟ୍ରକ୍ ଚଢ଼ି ଯିବାରୁ ଜଣେ ଶ୍ରମିକଙ୍କ ମୃୃତୁ୍ୟ ଘଟିଛି । ଏଲ୍ଆଣ୍ଡଟି କମ୍ପାନି ପକ୍ଷରୁ ଏକ ଟ୍ରାକ୍ଟର ଯୋଗେ ବିଜୁ ଏକ୍ସପ୍ରେସ ୱେର ଡିଭାଡର ମଝିରେ ଲାଗିଥିବା ଗଛ ଗୁଡ଼ିକରେ ପାଣି ଦିଆଯାଉଥିଲା । ଟ୍ରାକ୍ଟର ଚାଳକ ଲେଫ୍ରିପଡ଼ା କେନ୍ଦୁଡିହି ଗ୍ରାମର ପୁରୁଷୋତ୍ତମ ମାଝି ଗାଡ଼ିରେ ବସିଥିବା ବେଳେ କଣ୍ଟିଆମୁରା ବିରିଙ୍ଗାପଡ଼ାର ସବି ଲାକଡ଼ା (୩୦) ପାଇପରେ ପାଣି ଦେଉଥିବା ବେଳେ ହଠାତ ଏକ ଟ୍ରକ୍ ଆସି ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ପୁରୁଷୋତ୍ତମ ଓ ସବି ଗୁରୁତର ଆହତ ହୋଇଥିଲେ ।
୧୪୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିଆପାଲି ଠାରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିଛି, ସାଇକଲରେ ଆସୁଥିବା ଜଣେ ଡାକ କର୍ମଚାରୀଙ୍କ ଉପରେ ଚଢ଼ି ଯାଇଥିଲା ସିମେଣ୍ଟ ବୋଝେଇ ଟ୍ରକ । ଫଳରେ ସେକ୍ଟର-୧୪ ଅଞ୍ଚଳରେ ରହୁଥିବା ଡାକ କର୍ମଚାରୀ ହରିଶଚନ୍ଦ୍ର ଜେନା (୫୮)ଙ୍କ ମୃତୁ୍ୟ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons